www.samajalive.in
Wednesday, December 10, 2025
16.1 C
Bhubaneswar

ସଡକ ସୁରକ୍ଷା ମାସ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାଟଣା : ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ସନ୍ନିକଟ ଖଣ୍ଟଘର ଟୋଲ ପ୍ଲାଜା ପକ୍ଷରୁ ଭୂମୀକା ଚକ୍ଷୁ ଚିକିତ୍ସାଳୟ ଜାରକାଙ୍କ ସହଯୋଗରେ ସଡକ ସୁରକ୍ଷା ମାସ ଉପଲକ୍ଷେ ଯାନବାହାନ ଚାଳକ ଓ ଆଞ୍ଚଳିକ ବାସିନ୍ଦାଙ୍କ ପାଇଁ ବୁଧବାର ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୂମୀକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ମନୋରଞ୍ଜନ ବୋଷ, ପରିଚାଳକ କର୍ଣ୍ଣାଟ କିଶୋର ଜେନା, ପାରା ମେଡିକାଲ କର୍ମଚାରୀ ନମିତା ମହାନ୍ତ, ଲାଲିମା ଜେନା, ଦିବ୍ୟାଶ୍ରୀ ବେହେରା, ମମତା ପାତ୍ର ଓ ଅନଭାଳ ଅଲି ଶିବିରକୁ ଆଗତମାନଙ୍କର ଚକ୍ଷୁ ପରୀକ୍ଷା ଦାଇତ୍ବରେ ଥିଲେ । ଟୋଲ୍ ମାନେଜର ମୟଙ୍କ ଶର୍ମା, କିରଣ ବାପୁ ଦୀନେଶ ଯୌଗୀ, ଏନଏଚଏଇ ରୁଦ୍ର ପ୍ରତାପ ବେହେରା, ଶୂଭଦୀପ ଶାହା, ଦୀପକ ଶର୍ମା ଓ ଅନ୍ୟମାନେ ଶିବିର ପରିଚାଳନା କରିଥିଲେ । ଟୋଲ୍ ପ୍ଲାଜା ଫାର୍ମାସିଷ୍ଟ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ସଞ୍ଜିବ ବେହେରା, ବିରେନ୍ଦ୍ର ବୋଷ, ସଞ୍ଜୟ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories