www.samajalive.in
Tuesday, December 9, 2025
16.1 C
Bhubaneswar

ଜିରୋ କୋଭିଡ଼୍‍ ଆଡ଼କୁ ଗତି କରୁଛି କନ୍ଧମାଳ, ଆକ୍ଟିଭ କେସ ମାତ୍ର ୧

ଫୁଲବାଣୀ : ଜିରୋ କୋଭିଡ ଆଡକୁ ଗତି କରୁଛି କନ୍ଧମାଳ। ଜିଲ୍ଲାରେ ଗତ ଆଠ ଦିନ ମଧ୍ୟରେ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ଜିଲାବାସୀଙ୍କ ମଧ୍ୟରେ ଆସ୍ୱସ୍ତି ଦେଖାଦେଇଛି। ଗତ ଜାନୁଆରୀ ୨୬ ତାରିଖ ଦିନ ଜିଲାରେ ଶେଷଥର ପାଇଁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ଆଉ କୌଣସି ଲୋକ ମହାମାରୀରେ ଆକ୍ରାନ୍ତ ହୋଇ ନାହାନ୍ତି। ତେଣୂୁ ଜିଲାରେ ମଙ୍ଗଳବାର ସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ପୂର୍ବଭଳି ୫,୯୪୪ରେ ସୀମିତ ରହିଛି। ତେବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଆଜି ସୁଦ୍ଧା ୧କୁ ଖସି ଆସିଛି। ଏଥିସହିତ ମହାମାରୀରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୫୯୧୦ ହୋଇଛି। ପ୍ରକାଶଯୋଗ୍ୟ, ଡିସେମ୍ବର ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ସେହିଦିନଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଥିଲା। ତେବେ ବର୍ତ୍ତମାନ ପ୍ରଥମ କରି ଲଗାତାର ଆଠଦିନ ଜିଲାରେ ପଜିଟିଭ ରୋଗି ଚିହ୍ନଟ ହୋଇ ନ ଥିବାରୁ ଜିଲାବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଏକ ଖୁସିର ବିଷୟ ହୋଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନରୁ ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି। ତଥାପି ବିପଦ ସଂପୂର୍ଣ୍ଣ ଟଳି ନାହିଁ ଏବଂ ଆମକୁ ଆଉ କିଛିଦିନ ସତର୍କ ରହିବାକୁ ପଡିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁଯାଇଛି। ତେଣୁ ଜିଲା କରୋନା ମୁକ୍ତ ଘୋଷଣା ନ ହେବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

 

- Advertisement -

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories