www.samajalive.in
Sunday, December 14, 2025
23.1 C
Bhubaneswar

ୟୁନିଟ୍-୧ ହାଟରେ ଆଦାୟ ହେଉନି ପାର୍କିଂ ଫି’ , ୨୦ ଲକ୍ଷ ରାଜସ୍ବ କ୍ଷତି

ଭୁବନେଶ୍ବର: ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ୧ ନମ୍ବର ହାଟରୁ ପାର୍କିଂ ଫି’ ଆଦାୟ ନହେବା ଯୋଗୁଁ ବିଏମ୍‌ସି ବିଗତ ୧୮ ମାସ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଟଙ୍କା ରାଜସ୍ବ ହରାଇଥିବା ସୂଚନା ମିଳିଛି। ହାଟ ଭିତର ପାର୍କିଂ ସ୍ଥାନର ପରିଚାଳନା ଦାୟିତ୍ବ କାହାରିକୁ ମିଳି ନ ଥିବାରୁ ଏବେ ଏହା ପରିସ୍ରାଗାର ପାଲଟିବାକୁ ବସିଲାଣି।

ନିଲାମକୁ ନେଇ ବିଏମ୍‌ସିର ଅଜବ ନୀତି। କେଉଁଠି ଭିତ୍ତିଭୂମି ଥାଇ ମଧ୍ୟ ପାର୍କିଂ ସ୍ଥଳ ନିଲାମ ଦିଆଯାଉ ନ ଥିବାବେଳେ ଅନ୍ୟ କେଉଁଠି ବ୍ୟବସ୍ଥା ନ ଥାଇ ମଧ୍ୟ ଫି’ ଆଦାୟ ହେଉଛି। ସ୍ମାର୍ଟ ଜନପଥର ରାଜମହଲରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ୨ମାସ ପରୀକ୍ଷାମୂଳକ ଭାବେ କିନ୍ନରଙ୍କୁ ପାର୍କିଂ ଫି ଆଦାୟ ଦାୟିତ୍ବ ଦିଆଯାଇଛି। ୟୁନିଟ୍-୧ ହାଟ ଭିତରେ ବିଏମ୍‌ସିର ପାର୍କିଂ ସ୍ଥାନ ରହିଥିବାବେଳେ ପ୍ରତିବର୍ଷ ଏହାକୁ ଘରୋଇ ସଂସ୍ଥାକୁ ପାର୍କିଂ ଫି ଆଦାୟ ଏବଂ ପରିଚାଳନା ଦାୟିତ୍ବ ଦିଆଯାଏ। ଉକ୍ତ ସଂସ୍ଥା ପାର୍କିଂ ସ୍ଥାନର ବିକାଶ ସହିତ ଚୁକ୍ତି ଅନୁସାରେ ନିଲାମ ଅର୍ଥ ବିଏମ୍‌ସିକୁ ଦେଇଥାଏ। ପୂର୍ବରୁ ବାର୍ଷିକ ୧୨ରୁ ୧୫ ଲକ୍ଷ ଟଙ୍କାରେ ଉକ୍ତ ପାର୍କିଂସ୍ଥାନ ନିଲାମ ଯାଉଥିଲା। ସେଠାରୁ ବିଏମ୍‌ସି ଦେଢ଼ବର୍ଷ ଭିତରେ ପାଖାପାଖି ୨୦ଲକ୍ଷ ଟଙ୍କା ରାଜସ୍ବ ପାଇବା କଥା। ହେଲେ ଏହାର ପରିଚାଳନା ଦାୟିତ୍ବ କୌଣସି ସଂସ୍ଥାକୁ ଦିଆଯାଇ ନ ଥିବାରୁ ବିଏମ୍‌ସିକୁ ରାଜସ୍ବ ହରାଇବାକୁ ପଡ଼ୁଛି। ଘରୋଇ ସଂସ୍ଥା ଦ୍ବାରା ନ ହେଲେବି ବିଏମ୍‌ସିର ପାର୍କିଂ ଫି’ ଆଦାୟ କର୍ମଚାରୀଙ୍କୁ ଲଗାଇ ଏଠାରୁ ଫି’ ସଂଗ୍ରହ କରାଯାଇ ପାରନ୍ତା, କିନ୍ତୁ କ’ଣ ପାଇଁ କରାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଅପରପକ୍ଷେ ସ୍ମାର୍ଟ ଜନପଥରେ ମରାମତି କାମ ଚାଲିଥିବାରୁ ପାର୍କିଂ ସ୍ଥାନ ଖୋଳାଯାଇ ବାହାରେ ମାଟି ଗୋଡ଼ି ପଡ଼ିରହିଛି। ହେଲେ ବିଏମ୍‌ସି ରାଜମହଲରୁ ଶ୍ରୀୟାଛକ ପର୍ଯ୍ୟନ୍ତ ପାର୍କିଂ ଫି’ ଆଦାୟ ନିମନ୍ତେ କିନ୍ନରଙ୍କୁ ଦାୟିତ୍ବ ଦେଇଛି। ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଏବଂ କିନ୍ନରଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାବେଳେ ଗ୍ରାହକ ମଧ୍ୟ ବର୍ଦ୍ଧିତ ଫି’କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି ା ଭିତ୍ତିଭୂମି ସଜଡ଼ା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ହୋଇଛି।
ସହରର ବିଭିନ୍ନ ସ୍ଥାନରେ ବିଏମ୍‌ସିର ୭୬ଟି ପାର୍କିଂ ସ୍ଥାନ ରହିଛି। ଏଗୁଡ଼ିକ ମଧ୍ୟରେ ୧୫ଟି ଇନ୍‌ଷ୍ଟିଚ୍ୟୁସନାଲ ଏବଂ ୬୧ ବ୍ୟକ୍ତିଗତ। ବର୍ତ୍ତମାନ ସୁଦ୍ଧା ୩୯ଟିର ନିଲାମ କରାଯାଇଛି। ପୂର୍ବରୁ ବିଭିନ୍ନ ପାର୍କିଂ ସ୍ଥାନରୁ ବିଏମ୍‌ସିର ରାଜସ୍ବ ପ୍ରାୟ ଏକକୋଟି ୩୦ ଲକ୍ଷ ସଂଗ୍ରହ ହେଉଥିବାବେଳେ ଏବେ ଅଢ଼େଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଡେପୁଟି କମିସନର(ଅର୍ଥ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ହାଟ ଭିତର ପାର୍କିଂ ସ୍ଥାନ ନିଲାମ ଦିଆଯାଇଛି। କରୋନା ନିମନ୍ତେ ଫି’ ଆଦାୟ ବନ୍ଦ ଥିଲା। ଏବେ ଆଦାୟ କରାଯିବା ଲାଗି ପଦକ୍ଷେପ ନିଆଯିବ।

ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ କହିଛନ୍ତି, ହାଟ ଭିତର ପାର୍କିଂ ସ୍ଥାନ ନିଲାମ କରାଯାଇଥିବା ସତ୍ତ୍ବେ ନିଲାମଧାରୀ ସଂସ୍ଥା ଚୁକ୍ତି ଅର୍ଥ ଜମା କରି ନ ଥିବା ଯୋଗୁଁ ଫି’ ଆଦାୟ ହେଉନଥିବା ସେ ଜାଣିବାକୁ ପାଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories