www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା ଅଲିମ୍ପିକ୍‌ସ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ସମ୍ପନ୍ନ

କଟକ : ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ (ଓଓଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ବାରବାଟୀ ଷ୍ଟାଡ଼ିୟମସ୍ଥ ଓଓଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି କମଳାକାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆ​‌ୟୋଜିତ ବୈଠକରେ ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଙ୍କ ନାମ ଔପଚାରିକ ଭାବେ ଘୋଷଣା କରା ଯାଇଥିଲା। ଗତ ୧୯ରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଡ. ସୌର୍ୟ୍ୟରଞ୍ଜନ ପରିଜାଙ୍କ ଉପସ୍ଥିତିରେ ଅନୁଷ୍ଠିତ ନିର୍ବାଚନରେ ଜଗମୋହନ ପଟ୍ଟନାୟକ ସଭାପତି, ଅଭିଜିତ ପାଲ ସାଧାରଣ ସମ୍ପାଦକ, କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ବାଳ, ନଳିନୀ କୁମାର ଦାସ, ଅନୂପ କୁମାର ପାତ୍ର ଓ ଦୁଲାଲ ଚନ୍ଦ୍ର ପ୍ରଧାନ ଉପସଭାପତି, ଅଶୋକ କୁମାର ସାହୁ, ପ୍ରଭାତ କୁମାର ଭୋଳ ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଅଧିପ ଦାସ ନିର୍ବାଚିତ ହୋଇଥିଲେ। ୧୧ଜଣ କାଉନସିଲ ସଦସ୍ୟ ଭା​‌େ​‌ବ ଶରତ କୁମାର ସାହୁ , ଅନୀଲ କୁମାର ବହିଦାର, ନାରାୟଣ ସାହୁ, ରବିଶଙ୍କର ପ୍ରତିହାରୀ , ଡ.ଜନାର୍ଦ୍ଦନ ଦାଶ, ବୀରେନ୍ଦ୍ର କୁମାର ବେହେରା, ଡ.ହରିପ୍ରସାଦ ପଟ୍ଟନାୟକ, କିଶୋର କୁମାର ମିଶ୍ର, ଦେବେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା ଓ ଅଶୋକ କୁମାର ସାହୁ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ କର୍ମକର୍ତ୍ତା ୪ ବର୍ଷ ପାଇଁ ଦାୟିତ୍ବ ତୁଲାଇବେ। ଆସୋସିଏସନର ୨୦୨୦-୨୧ ବର୍ଷର ଆୟବ୍ୟୟ ଆଗତ କରା ଯାଇଥିଲା। ୨୦୨୦-୨୧​‌ ବର୍ଷରେ ମୋଟ ୨.୯୩.୬୦.୬୧୦ ଟଙ୍କା ଆକଳନ କରା ଯାଇଥିବା ବେଳେ ୨.୯୦.୫୩,୯୧୮ ବ୍ୟୟ କରା ଯାଇଥିଲା। ଅତିରିକ୍ତ ୩.୦୬୬୯୨ ଟଙ୍କା ରହିଛି ବୋଲି ଦର୍ଶା ଯାଇଥିଲା। ଏହି ଅବସରରେ ଭାରତୀୟ ଭଲିବଲ ମହାସଂଘର ସଭାପତି ନିର୍ବାଚିତ ହୋଇଥିବା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଓଡ଼ିଶା ଅଲିମ୍ପିକ୍‌ସ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହ ଓଡ଼ିଶା ଆଥ୍‌ଲେଟିକ୍‌ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories