www.samajalive.in
Saturday, December 13, 2025
17.1 C
Bhubaneswar

ଚାଷୀଙ୍କ ଦାବି ନେଇ ସାଇକେଲରେ ଭୁବନେଶ୍ୱର ଯାଉଥିବା ୬୦ ଯୁବକଙ୍କୁ ଚାରିଛକରେ ସ୍ୱାଗତ

ହରଭଙ୍ଗା: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୁଆପଡା ଜିଲ୍ଲା ଖଡ଼ିଆଳରୁ ଗତ ୨୬ ତାରିଖରେ ବାହାରିଥିବା ୬୦ ଜଣ ଯୁବକଙ୍କୁ ଶୁକ୍ରବାର ସକାଳେ ଅଖିଳ ଭାରତୀୟ ଯୁବକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି ସଭାପତି କମଳ ଚରଣ ତାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି ଖଗେଶ୍ୱର ନାଗଙ୍କ ନେତୃତ୍ୱରେ ସାଇକେଲ ଯୋଗେ ଆସିଥିବା କୃଷକ ମାନଙ୍କୁ ଚାରିଛକ ସ୍ଥିତ ବ୍ଲକ ଅଫିସ ସମ୍ମୁଖର ଅଖିଳ ଭାରତୀୟ ଯୁବକ ସଂଘ ସଭାପତି ଅବକାଶ ସାହୁ ସ୍ୱାଗତ କରିଥିଲେ। ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ପେକ୍ସ କର୍ମଚାରୀ ମାନଙ୍କ ଦଲାଲ୍‍ ରାଜ ବନ୍ଦ କରିବା, ମିଲର ମାନଙ୍କ ଶୋଷଣ ବନ୍ଦ କରିବା, ୨୫ଶହ ଟଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା, ଚାଷୀଙ୍କ ଧାନ ମଣ୍ଡିରୁ ଶିଘ୍ର ଉଠାଇବା ଆଦି ଦାବିପତ୍ର ନେଇ ଦଳିତ ଅଧିକାର ମଞ୍ଚ ସାଇକେଲ ଯାତ୍ରା କରିଛନ୍ତି। ଏହି ଯାତ୍ରା ୩୧ ତାରିଖରେ ଭୁବନେଶ୍ୱରରେ ପହଞ୍ଚି କୃଷିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ସଭାପତି ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories