www.samajalive.in
Sunday, December 14, 2025
23.1 C
Bhubaneswar

ଋଷି ବସିଛି ଚାଷୀ, ଧାନ ବିକୁଛି ଦଲାଲ

ଟିଟିଲାଗଡ଼: ପ୍ରାୟ ୧୫ ଦିନ ହେଲା ଟିଟିଲାଗଡ ବ୍ଲକ ବାନ୍ଧୁପଲା ମଣ୍ଡିରେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ିଥିବା ବେଳେ ବିକ୍ରୟ ହେଉ ନ ଥିବା ଗତ ୨୧ରେ ସ୍ଥାନୀୟ ଚାଷୀ ତଥା କଂଗ୍ରେସ ଦଳ ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ଫେରାଦ ହୋଇଥିଲେ। ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗ ଉପଜିଲାପାଳଙ୍କୁ ସାକ୍ଷାତ ସହ ୭ ଦିନ ମଧ୍ୟରେ ଚାଷୀଙ୍କ ଧାନ କ୍ରୟ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହା ସତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ନେଇ କଂଗ୍ରେସ ନେତା ଶ୍ରୀ ବାଗ ଶୁକ୍ରବାର ସକାଳୁ ମଣ୍ଡିରେ ଚାଷୀଙ୍କ ସହ ଧାରଣାରେ ବସିଛନ୍ତି। ଦୀର୍ଘ ସମୟ ଧରି କୌଣସି ଅଧିକାରୀ, ଏପରିକି ପେକ୍ସ ସମ୍ପାକଦ ମଣ୍ଡିକୁ ନପହଞ୍ଚିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଗତ ୪ ଦିନ ତଳେ ୧୮ଶହ କ୍ୱିଣ୍ଟାଲ ଟାର୍ଗେଟ ଆସିଥିଲା। ହେଲେ ମଣ୍ଡିରୁ ମାତ୍ର ସାଢେ ୪ଶହରୁ ପାଞ୍ଚ ଶହ କ୍ୱିଣ୍ଟାଲ ଧାନ ଉଠିଲା। ବାକି ପ୍ରାୟ ୧୩ଶହ କ୍ୱିଣ୍ଟାଲ ଟାର୍ଗେଟ ଦଳାଲ ନେଇଗଲେ ବୋଲି ଆଜି ଧାରଣାରେ ବସିଥିବା ଚାଷୀ ପ୍ରଦୀପ ବେହେରା ଅଭିଯୋଗ କରିଛନ୍ତି।

ତାଙ୍କ ଭଳି ଅନେକ ଚାଷୀ ରାତି ଦିନ ମଣ୍ଡିରେ ବସିଛନ୍ତି। ହେଲେ ଦଲାଲ ସିଧାସଳଖ ରାଇସ ମିଲକୁ ଗାଡି ଗାଡି ଧାନ ପଠାଇ ମଣ୍ଡିରେ ବିକ୍ରୟ ଦେଖାଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଆଉ କେତେ ଦିନ ଏଭଳି ବସି ରହିବୁ ବୋଲି ପ୍ରାୟ ୭ ହଜାର ବସ୍ତା ଧାନ ନେଇ ମଣ୍ଡିକୁ ଆସିଥିବା ଚାଷୀ ବିତସ୍ପୃହ ହେଲେଣି। ଅନ୍ୟପକ୍ଷରେ ବର୍ଷକୁ ବର୍ଷ ଏଭଳି ମିଛ ଏଣ୍ଟ୍ରି , କଟନି ଛଟନିକୁ ରୋକିବାକୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ଦାବିକୁ ସରକାର ଅଗ୍ରାହ୍ୟ କଲେ। ଚାଷୀ ମଣ୍ଡିରେ ବସିଥିବା ବେଳେ ଅସାଧୁ ଅଧିକାରୀ କର୍ମଚାରୀଙ୍କ ଛତ୍ରଛାୟା ତଳେ ଦଲାଲି କାରବାର ସୀମା ଟପିଛି। ଚାଷୀଙ୍କ ପ୍ରତି ଅଧିକାରୀଙ୍କ ଏଭଳି ହେୟ ମନୋଭାବ ନେଇ ଆସନ୍ତା କାଲି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ପ୍ରଶାସନ ଚାଷୀଙ୍କ ଲିଖିତ ଅଭିଯୋଗ ପରେ କୌଣସି ପ୍ରତିକାର ବ୍ୟବସ୍ଥା କଲା ନାହିଁ। ମଣ୍ଡିରେ ରହିଥିବା ଚାଷୀଙ୍କ ସମସ୍ତ ଧାନ ନଉଠିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ବାଗ ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଫୋନ ଉଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories