www.samajalive.in
Sunday, December 14, 2025
26.1 C
Bhubaneswar

ଅଧିକାରୀ, ଯନ୍ତ୍ରୀଙ୍କ ପରେ ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ହଜମ ହେଲାନି ୫ହଜାର ଲାଞ୍ଚ ଟଙ୍କା, ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ମାସେ ନ ପୁରୁଣୁ ଭିଜିଲାନ୍ସ ବିଭାଗ ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ତଥା ଭାରପ୍ରାପ୍ତ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରି ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଇବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଭାଗୀୟ ସୂତ୍ରରୁ ପ୍ରକାଶ, ହେମଗିରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ତଥା ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡା.ଶ୍ରଧାକର ଗର୍ତିଆ ଜୈନିକା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ତାଙ୍କ ସରକାରୀ ବାସଭବନରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମଙ୍କ ଦ୍ୱାରା ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ ତାଙ୍କ ବାସଭବନରେ ଖାନତଲାସି କରି ଆଲମିରା ମଧ୍ୟରୁ ନଗଦ ୨୯ହଜାର ଟଙ୍କା ଜବତ କରିଥିବା ବେଳେ ଡାକ୍ତରଙ୍କ ସମ୍ବଲପୁରସ୍ଥିତ ବାସଭବନରେ ଭିଜିଲାନ୍ସର ଅନ୍ୟ ଏକ ଟିମ ଚଢ଼ାଉ ଜାରି ରଖିଥିବାର ସୂଚନା ମିଳିଛି। ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କଳ୍ପନା ପଟେଲ ନାମ୍ନୀ ମହିଳା ସ୍ୱାସ୍ଥ୍ୟ କର୍ମୀ କାର୍ଯ୍ୟରତ ରହିଥିବା ବେଳେ ୨୦୧୬ ମସିହାରେ ଦୁଇ ଦିନ ଛୁଟିକୁ ନିୟମିତ କରିବା ପାଇଁ କୁଆଡ଼େ ଡା.ଗର୍ତିଆଙ୍କୁ ଅନୁରୋଧ କରିଥିଲେ ମାତ୍ର ଡା.ଗର୍ତିଆ ଲାଞ୍ଚ ନ ଦେଲେ ଏହା ନିୟମିତ କରିବି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ପରବର୍ତ୍ତୀ ସମୟରେ କଳ୍ପନାଙ୍କ ମଙ୍ଗସପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇଯାଇଥିଲା। ଡାକ୍ତରଙ୍କ ଠାରୁ ଏଭଳି ନିରାଶଜନକ କଥା ଶୁଣି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ ହେଲେ ଏଥିରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବାଧ୍ୟ ହୋଇ ସେ ରାଉରକେଲାସ୍ଥିତ ଭିଜିଲାନ୍ସ ଏସ.ପି ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ କରିଥିଲେ। ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଡି.ଏସ.ପି ବି.କେ.ନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ଏସ.ଏସ.ପୂଝାରୀ, ଝାରସୁଗୁଡ଼ା ଇନ୍ସପେକ୍ଟର ପି.କେ.ଆଇନ୍ଦ, ରାଉରକେଲା ଇନ୍ସପେକ୍ଟର ଏ.କେ.ପ୍ରଧାନ, ରଶ୍ମି ପ୍ରଧାନ, ଦେବଗଡ଼ ଇନ୍ସପେକ୍ଟର ଜେ.ପି.ପଟେଲ ଓ ଷ୍ଟାଫଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଯୋଜନା ମୁତାବକ ଶ୍ରୀମତୀ ପଟେଲ ଆଜି ରଙ୍ଗବୋଳା ଟଙ୍କା ନେଇ ଡା.ଗର୍ତିଆଙ୍କ ଘରେ ପହଞ୍ଚି ତାଙ୍କୁ ଏହି ଟଙ୍କା ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତୁରନ୍ତ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିବା ସହ ରାସାୟନିକ ପରୀକ୍ଷା କରାଇଥିଲେ। ଏହି ଖବର ଲେଖା ହେଲା ବେଳକୁ ସମ୍ବଲପୁରସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିଲା। ସୂଚନା ଯୋଗ୍ୟ, ଡିସେମ୍ବର ୩୧ ତାରିଖ ଦିନ ଭିଜିଲାନ୍ସ ଟିମ ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରି କୋର୍ଟ ଚାଲାଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories