www.samajalive.in
Saturday, December 13, 2025
26.1 C
Bhubaneswar

୨୦୦ ଟେଷ୍ଟ ୱିକେଟ ନେବାରେ ରାବାଡା ୩ୟ ଦ୍ରୁତତମ

କରାଚି : ଟେଷ୍ଟ କ୍ରିକେଟ୍‌ରେ ୨୦୦ ୱିକେଟ ପୂରଣ କରିଛନ୍ତି ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା। ଏପରି କୃତିତ୍ବ ହାସଲ କରିବାରେ ରାବାଡ଼ା ବିଶ୍ବର ୩ୟ ଦ୍ରୁତତମ ବୋଲର। ଏଠାରେ ଘରୋଇ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟରେ ଘରୋଇ ବ୍ୟାଟ୍‌ସମ୍ୟାନ୍ ହାସନ ଅଲୀଙ୍କୁ ଆଉଟ୍‌କରି ରାବାଡ଼ା ଏହି କୃତିତ୍ବ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କ ରାବାଡ଼ା ତାଙ୍କର ୪୪ତମ ଟେଷ୍ଟମ୍ୟାଚ୍‌ରେ ୨୦୦ ୱିକେଟ ପୂରଣ କରିଛନ୍ତି। ବଲ୍‌ ହିସାବରେ ୨୦୦ ଟେଷ୍ଟ ୱିକେଟ ନେବାରେ ରାବାଡ଼ା ୩ୟ ଦ୍ରୁତତମ ବୋଲର।
ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର ୱକାର ୟୁନିସ୍ ୭୭୩୦ ବଲ୍‌ରେ ଟେଷ୍ଟ କ୍ରିକେଟ୍‌ରେ ୨୦୦ ୱିକେଟ ନେଇ ଦ୍ରୁତତମ ପ୍ରମାଣିତ ହୋଇଛନ୍ତି। ତାଙ୍କ ପଛରେ ଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟବୋଲର ଡେଲ୍‌ ଷ୍ଟେନ୍ ୭୮୪୮ ବଲ୍‌ରେ ୨୦୦ ଟେଷ୍ଟ ୱିକେଟ ନେଇଥିଲେ। ରାବାଡ଼ା ୮୧୫୪ ବଲ୍‌ରେ ୨୦୦ ଟେଷ୍ଟ ୱିକେଟ ପୂରଣ କରିଛନ୍ତି। ଟେଷ୍ଟ ପଦାର୍ପଣ ପରେ ସବୁଠାରୁ କମ୍‌ ଦିନରେ ୨୦୦ ଟେଷ୍ଟ ୱିକେଟ ନେବାରେ ରାବାଡ଼ା ୪ର୍ଥ ସ୍ଥାନରେ ଅଛନ୍ତି। ୱକାର ୟୁନିସ୍ ୮୭୮୮ ଦିନରେ ୨୦୦ ଟେଷ୍ଟ ୱିକେଟ ପୂରଣ କରି ପ୍ରଥମ ସ୍ଥାନରେ ରହିଛନ୍ତି। ଭାରତର କପିଳ ଦେବ ୮୮୩୦ ଦିନ ଓ ହରଭଜନ ସିଂହ ୯୨୦୩ ଦିନରେ ୨୦୦ ଟେଷ୍ଟ ୱିକେଟ ନେଇଥିଲେ। ତେବେ ଟେଷ୍ଟମ୍ୟାଚ୍‌ ସଂଖ୍ୟାରେ ୨୦୦ ଟେଷ୍ଟ ୱିକେଟ ନେବାରେ ୭ମ ଦ୍ରୁତତମ ହେଉଛନ୍ତି କାଗିସୋ ରାବାଡ଼ା। ମାତ୍ର ୩୩ଟି ଟେଷ୍ଟରେ ପାକିସ୍ତାନର ୟାସିର ଶାହା ୨୦୦ ଟେଷ୍ଟ ୱିକେଟ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍ ୩୯ ଟେଷ୍ଟରେ ଏବଂ ଆଲାନ୍ ଡୋନାଲ୍‌ଡ ୪୨ ଟେଷ୍ଟରେ ୨୦୦ ଟେଷ୍ଟ ୱିକେଟ ନେଇଥିଲେ। ତେବେ ୨୦୦ ଟେଷ୍ଟ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସର୍ବାଧିକ ଷ୍ଟ୍ରାଇକ୍‌ରେଟ୍‌ ରାବାଡ଼ାଙ୍କର ରହିଛି। ୪୦.୮ ଷ୍ଟ୍ରାଇକ୍‌ରେଡ୍‌ରେ ରାବାଡ଼ା ୱିକେଟ ନେଇଥିବା ବେଳେ ୨ୟ ସ୍ଥାନରେ ଥିବା ତାଙ୍କ ଦେଶ​‌ର ଆଲାନ୍‌ ଡୋନାଲ୍‌ଡ ୪୨.୩ ଷ୍ଟ୍ରାଇକରେଟ୍‌ରେ ୨୦୦ ଟେଷ୍ଟ ୱିକେଟରେ ପହଞ୍ଚିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories