www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରୀଲଙ୍କାରେ ପହଁଚିଲା ଭାରତର ୫ ଲକ୍ଷ କୋଭିଡ ଟିକା

ଭାରତରୁ ପଠାଯାଇଥିବା ୫ ଲକ୍ଷ କୋଭିଡ ଟିକା ଶ୍ରୀଲଙ୍କାରେ ପହଞ୍ଚିଛି। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଟ୍ୱିଟ୍‍ କରି କହିଛନ୍ତି, ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିଶ୍ୱସ୍ଥ ଭାଗିଦାରୀ ରାଷ୍ଟ୍ର। ଭାରତର ‘ଭାକ୍‍ସିନ୍‍ ମୈତ୍ରୀ’ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଶ୍ରୀଲଙ୍କାକୁ ଏହି ପ୍ରତିଷେଧକ ଦାନ କରାଯାଇଛି। ପୂର୍ବରୁ ଭାରତ ଏହାର ୭ଟି ପଡ଼ୋଶୀ ଦେଶକୁ କୋଭିଡ ଟିକା ଦାନ କରିସାରିଛି। ଭାରତର ଏହି ମାନବୀୟ କାର୍ଯ୍ୟରୁ ଏହାର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଓ ‘ସାଗର ନୀତି’ ପ୍ରତି ଏହା ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରମାଣିତ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି।

- Advertisement -

ଗତବର୍ଷ ସେପ୍ଟେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଭର୍ଚୁଆଲ୍‍ ମାଧ୍ୟମରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ଶିଖର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାରତ ବାହାରିନ୍‍କୁ ମଧ୍ୟ କୋଭିଡ ଟିକା ପଠାଇଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories