www.samajalive.in
Sunday, December 7, 2025
16.1 C
Bhubaneswar

ସିଙ୍ଘୁ ସୀମାରେ କୃଷକଙ୍କ ବିରୋଧରେ ସ୍ଥାନୀୟ ଗ୍ରାମବାସୀଙ୍କ ବିକ୍ଷୋଭ, ରାସ୍ତା ଖାଲି କରିବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ସମୟରେ ପ୍ରବଳ ହିଂସା ଘଟିଥିଲା। କୃଷକମାନେ ବାରିକେଡ୍‌ ଭାଙ୍ଗିବା ସହିତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଚାଷୀଙ୍କ ଏହି ଉଗ୍ର ଆଚରଣ ଏବେ ଆନ୍ଦୋଳନକୁ ପ୍ରଭାବିତ କରିଛି। ପୂର୍ବରୁ ଆନ୍ଦୋଳନକୁ ଯେଉଁମାନେ ସମର୍ଥନ କରୁଥିଲେ ସେମାନେ ଏବେ ସମର୍ଥନ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଫଳ ସ୍ବରୂପ ସିଙ୍ଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।

ସିଙ୍ଘୁ ସୀମାରେ ଚାଷୀମାନେ ମାସାଧିକ କାଳ ରାସ୍ତାରେ ଧାରଣା ଦେଇଛନ୍ତି। ଏହା ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ପୂର୍ବରୁ ବି ଏହି ସମସ୍ୟା ହେଉଥିଲା, କିନ୍ତୁ ସ୍ଥାନୀୟ ଲୋକେ ସେମାନଙ୍କୁ ସମର୍ଥନ କରୁଥିଲେ। ମାତ୍ର ଏବେ ଚାଷୀଙ୍କ ହିଂସାକାଣ୍ଡ ପରେ ଏବେ ଲୋକେ ସମର୍ଥନ କରିବା ବଦଳରେ ଆନ୍ଦୋଳନକୁ ବିରୋଧ କରିବା ଆରମ୍ଭ କଲେଣି।

- Advertisement -

ଗୁରୁବାର ସ୍ଥାନୀୟ ଗ୍ରାମବାସୀ କୃଷକ ସଂଗଠନ ବିରୋଧରେ ବିକ୍ଷୋଭ କରିଥିଲେ। ତୁରନ୍ତ ରାସ୍ତା ଖାଲି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ସେମାନେ କୃଷକମାନେ ବସିଥିବା ମଞ୍ଚ ନିକଟକୁ ଯାଇ ହୋହଲ୍ଲା କରିଥିଲେ। ତେବେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ଦିଲ୍ଲୀ ପୁଲିସର ବହୁ କର୍ମଚାରୀ ପହଞ୍ଚି ବାରିକେଡିଂ କରିବା ସହିତ ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସ୍ଥାନୀୟ ଗ୍ରାମବାସୀ ଲାଲକିଲାରେ ଘଟିଥିବା ହିଂସାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କୃଷକ ଆନ୍ଦୋଳନ ବିରୋଧରେ ବିକ୍ଷୋଭ କରୁଥିବା ଏହି ଗ୍ରାମବାସୀଙ୍କ ମଧ୍ୟରେ ହିଂନ୍ଦୁ ସେନା ସଂଗଠନର ସଦସ୍ୟ ଏବଂ ସ୍ଥାନୀୟ ନାଗରିକ ସାମିଲ ଥିଲେ। ସେମାନେ ସମସ୍ତେ ହାତରେ ତିରଙ୍ଗା ଧରି କୃଷକ ସଂଗଠନଗୁଡ଼ିକୁ ବିରୋଧ କରିଥିଲେ। ଲାଲକିଲାରେ ତିରଙ୍ଗାକୁ ଯେଉଁ ଅପମାନ କରାଯାଇଛି ତା’କୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ସେମାନେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories