www.samajalive.in
Sunday, December 14, 2025
14.1 C
Bhubaneswar

ବୟସ ମାତ୍ର ୬ ବର୍ଷ, ଆୟ ୭୫ କୋଟି

ନୂଆଦିଲ୍ଲୀ : ବୟସ ମାତ୍ର ୬ ବର୍ଷ, ହେଲେ ଆୟ ବର୍ଷକୁ ୭୫ କୋଟି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ୟୁ-ଟ୍ୟୁବ୍‍ରେ ଖେଳଣା ସମୀକ୍ଷା (ରିଭ୍ୟୁ) କରି ରୟାନ ନାମକ ଜଣେ ୬ ବର୍ଷ ବୟସର ବାଳକ ବର୍ଷକୁ ୭୫ କୋଟି ଟଙ୍କା ଆୟ କରିପାରିଛି। ୟୁ-ଟ୍ୟୁବ୍‍ରେ ଲୋକପ୍ରିୟତା ହାସଲ ପରେ ରୟାନ ଏବେ ଖେଳଣା ବ୍ୟବସାୟରେ ପାଦ ଥାପିଛି। ଏନେଇ ରୟାନ ୱାଲମାର୍ଟ ସହ ଏକ ରାଜିନାମାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା ଅନୁସାରେ ରୟାନ ଏବେ ଖେଳଣା ସମୀକ୍ଷା ସହ ଖେଳଣା ବିକିବ। ୱାଲମାର୍ଟର ୨୫୦୦ ଆମେରିକୀୟ ଷ୍ଟୋର ଏବଂ ୱେବସାଇଟରେ ରୟାନ ବ୍ରାଣ୍ଡର ଖେଳଣା ବିକ୍ରି କରାଯିବ। ଏହାପରେ ଅକ୍ଟୋବରରୁ ରୟାନ ୱାର୍ଲ୍ଡ ଆରମ୍ଭ କରାଯିବ।
ଉଲ୍ଲେଖ ଯୋଗ୍ୟ ଯେ ରୟାନ ୟୁ-ଟ୍ୟୁବ୍‍ରେ ଖେଳଣା ସମୀକ୍ଷା କରୁଥିବା ଭିଡିଓ ଅପଲୋଡ କରେ। ଏହି ଭିଡ଼ିଓକୁ ୟୁ-ଟ୍ୟୁବରେ ଲକ୍ଷାଧିକ ଲୋକେ ଦେଖୁଛନ୍ତି। ଏହି କ୍ରମରେ ଗତ ବର୍ଷ ରୟାନ ୧୧ ନିୟୁତ ଡଲାର (ଅର୍ଥାତ ୭୫ କୋଟି ଟଙ୍କା) ଆୟ କରିଛି। ୟୁ-ଟ୍ୟୁବ୍‍ର ଶିଶୁ ତାରକା ରୟାନର ଚ୍ୟାନେଲ ହେଉଛି ‘ରୟାନ ଟଏଜ ରିଭ୍ୟୁ’। ୟୁ-ଟ୍ୟୁବ୍‍ ଚ୍ୟାନେଲରୁ ଆୟ କରିବା ମାମଲରେ ଗତବର୍ଷ ରୟାନ ୮ମ ସ୍ଥାନରେ ଥିଲା। ରୟାନ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ୧୫ ନିୟୁତ ରହିଛି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories