www.samajalive.in
Sunday, December 14, 2025
26.1 C
Bhubaneswar

ଲାଲା ଲଜପତ ରାୟଙ୍କ ଜନ୍ମ ବାର୍ଷିକୀରେ ରକ୍ତଦାନ ଶିବିର

ବ୍ରହ୍ମପୁର: ଲାଲା ଲଜପତ ରାୟଙ୍କ ୧୫୬ତମ ଜନ୍ମ ବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ସୁକୁଣ୍ଡା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ତରଫରୁ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଲାଲା ଲଜପତ ରାୟଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯାଇଥିଲା। ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପୌରାହିତ୍ୟିରେ ଅନୁଷ୍ଠିତ ଏହି ଶିବିରରେ ଲୋକ ସେବକ ମଣ୍ଡଳର ଅସୋସିଏଟ ଡ଼. ଶଙ୍କର ମାଝୀ ଓ ହରି କୃଷ୍ଣ କୋଠିଆ, ଅଧ୍ୟାପକ ରମେଶ ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ସାମନ୍ତ, ସମାଜସେବୀ ପଲ୍ଲବ ଦାସ, ଗୋକର୍ଣ୍ଣେଶ୍ୱର ମନ୍ଦିର ଉନ୍ନୟନ କମିଟିର ସଭାପତି ଭଗବାନ ପାଢ଼ୀ, ଭାଗତ ସିଂ ଯୁବକ ସଙ୍ଘର ସଭାପତି ମନୋଜ କୁମାର ଚୌଧୁରୀ, ଗୋପାଳ ସମାଜ ସଭାପତି ବିଜୟ ଚନ୍ଦ୍ର ଗୌଡ଼, ବିଜେପି ନେତ୍ରୀ ମାନିନୀ ଦେବୀ, ବିଜେଡି ନେତା କାହ୍ନୁ ପାତ୍ର, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ‘ସମାଜ’ ବ୍ରହ୍ମପୁର ସଂସ୍କରଣ ପରିଚାଳକ ଦଣ୍ଡପାଣି ପ୍ରଧାନଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories