www.samajalive.in
Friday, December 12, 2025
16.1 C
Bhubaneswar

ଫେବୃଆରୀ ୧୮ରେ ଚେନ୍ନଇରେ ଆଇପିଏଲ୍‌ ଖେଳାଳି ନିଲାମ

ନୂଆଦିଲ୍ଲୀ: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଚେନ୍ନଇରେ ଆସନ୍ତା ଫେବୃଆରୀ ୧୮ରେ ଅନୁଷ୍ଠିତ ହେବ ବୋଲି ବୁଧବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଭ୍ରମଣକାରୀ ଇଂଲଣ୍ଡ ଓ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତା ଫେବୃଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଚେନ୍ନଇରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍‌ ଶେ​‌​‌ଷ ହେବାର ପରଦିନ ଆଇପିଏଲ୍‌ ଖେଳାଳି ନିଲାମ ହେବ। ଅନ୍ୟପକ୍ଷରେ ୨୦୨୧ ଆଇପିଏଲ୍‌ରେ ଭାରତରେ ଅନୁଷ୍ଠିତ ହେବ କି ୨୦୨୦ ସଂସ୍କରଣ ଭଳି ବିଦେଶରେ ଆୟୋଜିତ ହେବ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ୨୦୨୦ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା।

- Advertisement -

କେଉଁ ଖେଳାଳିଙ୍କୁ ଫ୍ରାଞ୍ଚାଇଜିମାନେ ନିଲାମ ନିମନ୍ତେ ଛାଡ଼ିବେ ତାହାର ଶେଷ ତାରିଖ ଗତ ୨୦ ତାରିଖ ରଖାଯାଇଥିଲା। ଅନ୍ୟପକ୍ଷରେ ଗୋଟିଏ ଫ୍ରାଞ୍ଜାଇଜି ତରଫରୁ ଅନ୍ୟ ଫ୍ରାଞ୍ଚାଇଜିଙ୍କୁ ଖେଳାଳି ବିକିବା (ଟ୍ରେଡିଂ) ପାଇଁ ଶେଷ ତାରିଖ ଫେବୃଆରୀ ୪ ରହିଛି। ସୂଚନାଥାଉକି ରାଜସ୍ଥାନ ରୟାଲ୍‌ସ ତରଫରୁ ଅଷ୍ଟ୍ରେଲିଆର ତାରକା ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ତରଫରୁ ଗ୍ଲେନ ମ୍ୟାକ୍‌ସୱେଲ୍‌ଙ୍କୁ ନିଲାମ ପାଇଁ ଛଡ଼ାଯାଇଛି। ସେହିପରି କ୍ରିସ୍‌ ମୋରିସ୍‌, ହରଭଜନ୍‌ ସିଂହ ଓ ଆରୋନ୍‌ ଫିଞ୍ଚ୍‌ଙ୍କୁ ସେମାନଙ୍କ ଫ୍ରାଞ୍ଚାଇଜି ନିଲାମ ପାଇଁ ଛାଡ଼ି ଦେଇଥିବା ଜଣାପଡ଼ିଛି। ମୋଟ ୫୭ଜଣ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି। ଖେଳାଳି ନିଲାମରେ ବ୍ୟୟ କରିବାକୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ନିକଟରେ ୫୩.୨୦ କୋଟି ଟଙ୍କା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୩୫.୯୦ କୋଟି, ରାଜସ୍ଥାନ ରୟାଲ୍‌ସ ନିକଟରେ ୩୪.୮୫ କୋଟି ଟଙ୍କା ରହିଥିବା ବେଳେ କଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦରାବାଦ୍‌ ନିକଟରେ ସବୁଠାରୁ କମ୍‌ ୧୦.୭୫ କୋଟି ଲେଖାଏଁ ଟଙ୍କା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories