www.samajalive.in
Sunday, December 14, 2025
26.1 C
Bhubaneswar

ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଦୌଡ଼ରେ ପନ୍ତ୍‌, ଅଶ୍ବିନ, ନଟରାଜନ୍ ଓ ସିରାଜ୍‌

ଦୁବାଇ: ବିଶ୍ବ କ୍ରିକେଟର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇିସିସି) ପକ୍ଷରୁ ନୂତନ କରି ଆଇସିସି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇସିସି ପକ୍ଷରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚଳିତ ବର୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ମାସର ପ୍ରଥମ ଆଇସିସି ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଦୌଡ଼ରେ ୪ ଭାରତୀୟ କ୍ରିକେଟର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌, ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଫାଷ୍ଟ ବୋଲର ମହମ୍ମଦ ସିରାଜ୍‌ ଓ ଟି. ନଟରାଜନ ସାମିଲ ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ପନ୍ତ, ସିରାଜ, ନଟରାଜନ୍ ଓ ଅଶ୍ବିନ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌, ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌, ଆଫଗାନିସ୍ତାନର ରହମୁଲ୍ଲା ଗୁରୁବାଜ୍‌ ପୁରୁଷ ବର୍ଗରେ ରହିଛନ୍ତି। ଏହି ପୁରସ୍କାର ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ପ୍ରତି ମାସରେ ଅନ୍‌ଲାଇନ୍ ମାଧ୍ୟମରେ ଆଇସିସି ପକ୍ଷରୁ ମତାମତ ସଂଗ୍ରହ କରାଯିବ। ଆଇସିସି ଭୋଟିଂ ଏକାଡ଼େମୀ ପକ୍ଷରୁ ସର୍ବଶ୍ରେଷ୍ଠ ଭୋଟିଂ ପାଇଥିବା ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଆଇସିସି ଜେନରାଲ ମ୍ୟାନେଜର ଜିଓଫ୍‌ ଆଲାଡ୍ରିସ୍‌ କହିଛନ୍ତି ଯେ, ଆଇସିସି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଏକ ନୂତନ ପଦକ୍ଷେପ। ଏହା ଦ୍ବାରା ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ଓ ଉତ୍ସାହ ସୃଷ୍ଟିହେବ ବୋଲି କହିଛନ୍ତି। ପ୍ରତି ବିଭାଗରେ ୩ଜଣ ଲେଖାଏଁ ଖେଳାଳିଙ୍କୁ ଆଇସିସି ମନୋନୟନ କମିଟି ପକ୍ଷରୁ ମନୋନୟନ କରାଯିବ। ଗୋଟିଏ ମାସର ପ୍ରଦର୍ଶନକୁ ଆଧାର କରି ଖେଳାଳିଙ୍କ ନାମକୁ ସୁପାରିସ କରାଯିବ। ଭୋଟିଂ ପାଇଁ ଅନ୍‌ଲାଇନ୍‌ରେ ଆହ୍ବାନ କରାଯିବ। ପ୍ରଶଂସକମାନଙ୍କ ଭୋଟିଂକୁ ୯୦ ପ୍ରତିଶତ ଓ ଆଇସିସି ପକ୍ଷରୁ ୧୦ ପ୍ରତିଶତ ଭୋଟିଂ ଆଧାରରେ ଚୂଡନ୍ତ ଖେଳାଳି ମନୋନୟନ କରାଯିବ। ପ୍ରତି ମାସର ୨ୟ ସୋମବାର ଆଇସିସି ଡିଜିଟାଲ ଚ୍ୟାନେଲ ମାଧ୍ୟମ​‌େ​‌ର ବିଜେତାଙ୍କ ନାମ ଘୋଷଣା କରାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories