www.samajalive.in
Saturday, December 13, 2025
26.1 C
Bhubaneswar

ଫେବୃଆରୀ ୨୮ ଯାଏଁ ବଢ଼ିଲା କୋଭିଡ୍ ନିର୍ଦ୍ଦେଶାବଳୀ

କେନ୍ଦ୍ର ସରକାର ଆଜି କୋଭିଡ ୧୯ ନିର୍ଦ୍ଦେଶାବଳୀକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଶେଷ ନିର୍ଦ୍ଦେଶାବଳୀ ଜାନୁଆରୀ ୩୧ରେ ଶେଷ ହେଉଛି। ନୂତନ ନିର୍ଦ୍ଦେଶାବଳୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସତର୍କତା ବଜାୟ ରଖିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏସଓପି ପାଳନ ଉପରେ କଡାକଡି ଧ୍ୟାନ ଦେବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ଥାନୀୟ ଜିଲ୍ଲା, ପୁଲିସ ଏବଂ ପୌରପାଳିକା କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ନିୟମ ପାଳନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ସରକାର ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବେ। ପୂର୍ବ ପରି କୋଭିଡ ୧୯ ଉପଯୁକ୍ତ ଆଚରଣକୁ ପ୍ରୋତ୍ସାହିତ କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ପାଳନ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

- Advertisement -

କୋଭିଡ -୧୯ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରି ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସିନେମା ହଲ ଏବଂ ପ୍ରେକ୍ଷାଳୟର ୫୦ ପ୍ରତିଶତ ବସିବା କ୍ଷମତାକୁ ବୃଦ୍ଧି କରିବାକୁ ଅନୁମତି ଦେଇଛି। ପରେ ଏ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଂଶୋଧିତ ଏସଓପି ପ୍ରକାଶ କରିବ। ସେହିଭଳି ସାମାଜିକ, ଧାର୍ମିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ ତଥା ସାଂସ୍କୃତିକ ସମାବେଶକୁ ହଲ୍ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି, ଯେଉଁଥିରେ ସର୍ବାଧିକ ୨୦୦ ଜଣଙ୍କୁ ଅନୁମତି ଦିଆଯାଇପାରିବ।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରାଳୟ ସହ ପରାମର୍ଶ କରି ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସଂଶୋଧିତ ଏସଓପି ଅଧୀନରେ ସମସ୍ତଙ୍କ ଦ୍ୱାରା ସୁଇମିଂ ପୁଲ୍ ବ୍ୟବହାର ପାଇଁ ଅନୁମତି ଦିଆଯିବ। ବିଟୁବି ପ୍ରଦର୍ଶନୀ ହଲ୍ ଗୁଡିକୁ ମଧ୍ୟ ଅନୁମତି ଦିଆଯାଇଛି। ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପରିସ୍ଥିତିର ମୂଲ୍ୟାଙ୍କନ ଆଧାରରେ ଗୃହ ମନ୍ତ୍ରଣାଳୟ ସହ ପରାମର୍ଶ କରି ନିଷ୍ପତ୍ତି ନେଇପାରିବ ବୋଲି କୁହାଯାଇଛି।

ପଡୋଶୀ ଦେଶମାନଙ୍କ ସହିତ ଚୁକ୍ତିନାମା ଅନୁଯାୟୀ ଆନ୍ତଃ ରାଜ୍ୟ ତଥା ରାଜ୍ୟ ଭିତରେ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହିପରି ଗତିବିଧି ପାଇଁ କୌଣସି ପୃଥକ ଅନୁମତି କିମ୍ବା ଇ-ଅନୁମତି ଆବଶ୍ୟକ ହେବ ନାହିଁ। ୬୫ ବର୍ଷରୁ ଅଧିକ ବ୍ୟକ୍ତି, ସହ-ଅସୁସ୍ଥତା ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ଉତ୍ସାହିତ କରାଯିବ।

https://www.mha.gov.in/sites/default/files/MHAorderdt_27012021.pdf

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories