www.samajalive.in
Monday, December 8, 2025
13.1 C
Bhubaneswar

ଆଗକୁ ପ୍ରକୃତ ବିପଦ ଆସୁଛି – ରିପୋର୍ଟ

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ)ର ଏକ ରିପୋର୍ଟ ଅନୁଯାୟୀ କୋଭିଡ -୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସଙ୍କଟ ଯୋଗୁ ମହିଳା ଏବଂ ଯୁବ ଶ୍ରମିକମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ବିଶ୍ୱ ସ୍ଥରରେ ୫ ପ୍ରତିଶତ ମହିଳା ନିଯୁକ୍ତି ହରାଇଥିବା ବେଳେ ୩.୯ ପ୍ରତିଶତ ପୁରୁଷ ନିଯୁକ୍ତି ହରାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ କରୋନା କାଳରେ ଅର୍ଥନୀତିର କଠିନ ପରିସ୍ଥିତିରେ ମହିଳାମାନେ କାମ କରିବାର ସମ୍ଭାବନା ଅଧିକ ଥିଲା। ଆଇଏଲ୍ଓ କହିଛି ଯେ, ସ୍କୁଲ ବନ୍ଦ ରହିବାରୁ ପିଲାମାନେ ଘରେ ରହିଥିଲେ ଓ ମହିଳାମାନଙ୍କୁ ସେମାନଙ୍କ ଯତ୍ନ ନେବାକୁ ମଧ୍ୟ ଅଧିକ ଭାର ସମ୍ଭାଳିଥିଲେ।

- Advertisement -

ସେହିପରି କରୋନା ସଙ୍କଟ ସମୟରେ ଯୁବ ବର୍ଗର ଶ୍ରମିକମାନେ ଅଧିକ ସଂଖ୍ୟାରେ ଚାକିରି ହରାଇଥିଲେ। ବିଶ୍ୱ ସ୍ଥରରେ ୧୫ରୁ ୨୪ ବର୍ଷ ବୟସ୍କଙ୍କ ମଧ୍ୟରେ ୮.୭ ପ୍ରତିଶତ ନିଯୁକ୍ତି ହରାଇଥିବା ବେଳେ ୩.୭ ପ୍ରତିଶତ ବୟସ୍କ ଶ୍ରମିକ ଚାକିରୀ ହରାଇଥିଲେ। ବିଶେଷକରି ଯୁବ ଗୋଷ୍ଠୀ କରୋନା ମହାମାରୀର ଜଟିଳ ପରିସ୍ଥିତିରେ ଶ୍ରମ ବଜାରରେ ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରିନଥିଲେ।

ଆଇଏଲ୍ଓ ଚେତାବନୀ ଦେଇଛି ଯେ ଆଗକୁ ପ୍ରକୃତ ବିପଦ ଆସୁଛି। ତେଣୁ କରୋନା କାଳରେ ସର୍ବାଧିକ ପ୍ରଭାବିତ ବର୍ଗଙ୍କ ପାଇଁ ଦେଶଗୁଡିକ ଶୀଘ୍ର ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଆହ୍ୱାନ ଦେଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories