www.samajalive.in
Saturday, December 13, 2025
26.1 C
Bhubaneswar

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରର ମୁଙ୍ଗେର ଅଞ୍ଚଳରେ ଜଣେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଛି। ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୃତ୍ତମାନେ ବିଜେପି ମୁଖପାତ୍ର ଡା. ଅଜଫର ଶାମ୍‌ସୀଙ୍କୁ ଗୁଳିମାଡ଼ କରିଛନ୍ତି। ଅଜଫରଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ପଷ୍ଟ ଦିବାଲୋକରେ ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଗୁଳିମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଜଫର ଇଭନିଂ କଲେଜରେ ପ୍ରଫେସର ମଧ୍ୟ ଅଛନ୍ତି। ଆଜି ସେ ନିଜ କାରରୁ ଓହ୍ଲାଇ କଲେଜ ପରିସରକୁ ବାହାରୁଥିବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ।

- Advertisement -

ତେବେ ଅପରାଧୀମାନେ ଅଜଫରଙ୍କୁ ଆକ୍ରମଣ କରିବା ଲାଗି ପୂର୍ବରୁ ଘଟଣାସ୍ଥଳରେ ଛକି ରହିଥିଲେ। ଏହି ଘଟଣା ପଛରେ ରାଜନୈତିକ ଶତ୍ରୁତା କି ଅନ୍ୟ କ’ଣ କାରଣ ରହିଛି ତାହାର ଖୋଳତାଡ଼ କରୁଛି ପୁଲିସ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories