www.samajalive.in
Saturday, December 13, 2025
26.1 C
Bhubaneswar

ସହିଦ କ‌େର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର, ଓଡ଼ିଆ ସହିଦ ନୁଦୁରାମ ସୋରେନ୍‌ଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଚୀନ ସେନା ସହିତ ସଂଘର୍ଷରେ ସହିଦ ହୋଇଥିବା କ​‌​‌ର୍ଣ୍ଣେଲ ସନ୍ତୋଷ ବାବୁ ମହାବୀର ଚକ୍ର ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଘୋଷଣା ହୋଇଥିବା ସାହସିକତା ପୁରସ୍କାରରେ କ​‌ର୍ଣ୍ଣେଲ ସନ୍ତୋଷ ବାବୁ ଦେଶର ଦ୍ବିତୀୟ ବୃହତ୍ ଯୁଦ୍ଧ ପୁରସ୍କାର ମହାବୀର ଚକ୍ର ପାଇବାକୁ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହିଦ ସୁବେଦାର ସଞ୍ଜୀବ କୁମାର କିର୍ତ୍ତୀ ଚକ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସଞ୍ଜୀବଙ୍କ ନେତୃତ୍ବରେ ସ୍ବତନ୍ତ୍ର ବାହିନୀ ଗତବର୍ଷ ଆତଙ୍କବାଦୀଙ୍କ ସହିତ ସଂଘର୍ଷ କରିଥିଲେ। ଏଥିରେ ସଞ୍ଜୀବଙ୍କ ସମେତ ଅନ୍ୟ ୪ କମାଣ୍ଡୋ ସହିଦ ହୋଇଥିଲେ। ସେହିପରି ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବ୍ଲକ ବଡ଼ଚମ୍ପାଉଦା ଗଁାର ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ସମେତ ହାବିଲଦାର କେ ପଲାନି, ସିପାହି ଗୁରତେଜ ସିଂହ, ହାବିଲଦାର ତେଜିନ୍ଦର ସିଂହ ଓ ନାଏକ ଦୀପକ ସିଂହଙ୍କୁ ବୀର ଚକ୍ର ପ୍ରଦାନ କରାଯିବ। ଏହି ଯବାନମାନେ ଗଲୱାନ ସଂଘର୍ଷ ସମୟରେ ଚୀନ ସେନା ବିରୋଧରେ ସଂଘର୍ଷ କରି ସହିଦ ହୋଇଥିଲେ। ତେଣୁ ସମସ୍ତଙ୍କୁ ମରଣୋତ୍ତର ଭାବେ ଏହି ବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ। ସହିଦ ମେଜର ଅଞ୍ଜୁ ସୁଦ୍‌, ପ୍ରଣବ ଜ୍ୟୋତି ଦାସ ଓ ପିଟିଆର ସୋନମ ସେରିଙ୍ଗ ତମାଙ୍ଗ ସୌର୍ଯ୍ୟ ଚକ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଉତ୍ସବରେ ବିଜେତା କିମ୍ବା ସେମାନଙ୍କ ପରିବାରକୁ ସମ୍ମାନିତ କରିବେ।

୯୪୬ଜଣଙ୍କୁ ସାହସିକତା ଓ ସେବା ପଦକ
୭୨ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୯୪୬ ଜଣ ପୁଲିସ କର୍ମଚାରୀ ସାହସିକତା ଓ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ଏଥି ମଧ୍ୟରୁ ୨ଟି ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ ପଦକ (ପିପିଏମଜି), ୨୦୫ଟି ପୁଲିସ ସାହସିକତା ପଦକ (ପିଏମଜି), ୮୯ଟି ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ (ପିପିଏମ୍) ଓ ୬୫୦ଟି ପୁଲିସ ସେବା ପଦକ। ଓଡିଶାରୁ ଦୁଇଜଣ ରାଷ୍ଟ୍ରପତି ପୁଲିସ ସେବା ପଦକ ଓ ୧୧ଜଣ ପୁଲିସ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ଅନ୍ୟ ସମ୍ମାନ ମଧ୍ୟରେ ୭୩ଜଣଙ୍କୁ ଅଗ୍ନିଶମ ସେବା ପଦକ, ୫୪ଜଣଙ୍କୁ ଗୃହରକ୍ଷୀ ଓ ସିଭିଲ ଡିଫେନ୍ସ ପଦକ ଏବଂ ୫୨ଜଣ ଜେଲ୍‌ କର୍ମଚାରୀଙ୍କୁ ସେବା ପଦକ ପ୍ରଦାନ ଲାଗି ମନୋନୟନ କରାଯାଇଛି। ଓଡିଶାର ଅଗ୍ନିଶମ କର୍ମଚାରୀ କାଶ୍ୟପ କୁମାର ପଟ୍ଟନାୟକ ସାହସିକତା ପାଇଁ ଅଗ୍ନିଶମ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି କମଳାକାନ୍ତ ପୁହାନ ସେବା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ପଦକ ପାଇବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories