www.samajalive.in
Friday, December 12, 2025
27.1 C
Bhubaneswar

କର୍ଣ୍ଣାଟକ ରାଜନୀତି: ପୌର ପରିଷଦ ନିର୍ବାଚନରେ ଏକାକୀ ଲଢ଼ିବ ଜେଡିଏସ୍‍

ବେଙ୍ଗାଲୁରୁ: ରାଜ୍ୟର ୧୦୮ଟି ପୌରପରିଷଦରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଜେଡିଏସ୍‍ ଏକାକୀ ଲଢ଼ିବ ବୋଲି ଦଳର ସୁପ୍ରିମୋ ଏଚ୍‍ ଡି ଦେବେଗୌଡ଼ା ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ଗଠନ କରିଥିଲେ ହେଁ ପୌର ପରିଷଦ ନିର୍ବାଚନରେ ଜେଡିଏସ୍‍ ଏକାକୀ ଲଢ଼ିବା ଘୋଷଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଦେବେଗୌଡ଼ା କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ସମସ୍ୟା ଓ ଗୁରୁତ୍ୱ ଦୃଷ୍ଟିରୁ ଅଧିକାଂଶ ସ୍ଥାନରେ ମେଣ୍ଟ ସମ୍ଭବ ନୁହେଁ। ତେଣୁ ସବୁ ସ୍ଥାନରେ ଏକାକୀ ଲଢ଼ିବାକୁ ଜେଡିଏସ୍‍ ନିଷ୍ପତ୍ତି ନେଇଛି। ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜେଡିଏସ୍‍ର ବରିଷ୍ଠ ନେତାମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।
ଗତକାଲି କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ଦେବେଗୌଡ଼ାଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିଥିବା ଜଣାପଡ଼ିଛି। ଅବଶ୍ୟ ଏହାକୁ ଅନୌପଚାରିକ ସାକ୍ଷାତ ଆଲୋଚନା ବୋଲି ଶ୍ରୀ ରାଓ କହିଛନ୍ତି। ଆସନ୍ତା ପୌର ପରିଷଦ ନିର୍ବାଚନରେ ମେଣ୍ଟ ନ ହେଲେ ମଧ୍ୟ ଜେଡିଏସ୍‍ ପ୍ରାର୍ଥୀଙ୍କୁ କଂଗ୍ରେସ ପକ୍ଷରୁ ସହଯୋଗ ମିଳିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories