www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରାବଣ ମାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ !

ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କ ଆରଧନା କରାଯାଏ। ଏହି ମାସରେ ସାତ୍ତ୍ବିକ ଧର୍ମ ପାଳନ କରିବାର ମଧ୍ୟ ପରମ୍ପରା ରହିଛି। ଏହି ମାସରେ ଖାଦ୍ୟପାନୀୟକୁ ନେଇ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇ ଥିବା ବେଳେ ଏହା ପଛରେ ରହିଛି ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ଖାଦ୍ୟ ଖାଇବା ଅନୁଚିତ୍ ।

ବାଇଗଣ: ଶ୍ରାବଣ ମାସରେ ବାଇଗଣ ଖାଇବାକୁ ବାରଣ କରାଯାଇଛି। ଏହା ପଛରେ ରହିଥିବା ଧାର୍ମିକ କାରଣ ହେଲା ବାଇଗଣକୁ ଅଶୁଦ୍ଧ ବୋଲି କୁହାଯାଏ। ତେଣୁ ଶ୍ରାବଣ ମାସର ବ୍ରତଧାରୀମାନେ ବାଇଗଣ ଖାଇବା ଉଚିତ୍ ନୁହେଁ। ଏହାର ବୈଜ୍ଞାନିକ କାରଣ ହେଲା ଏହି ଦିନରେ ବର୍ଷା ହେଉଥିବାରୁ ବାଇଗଣରେ ପୋକ ଲାଗିଥାଏ ।

- Advertisement -

କ୍ଷୀର: ଧାର୍ମିକ ମତ ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଉପରେ କଞ୍ଚା କ୍ଷୀର ଚଢାଯାଏ ବା ଅର୍ପଣ କରାଯାଏ। ତେଣୁ ଏହି ମାସରେ କଞ୍ଚା କ୍ଷୀର ଖାଇବା ଅନୁଚିତ୍। ବୈଜ୍ଞାନିକ କାରଣ ଅନୁଯାୟୀ ଏହି ମାସରେ ଗାଈ-ଗୋରୁ ସାଧାରଣତଃ ଫାଟୁଆ ରୋଗରେ ଆକ୍ରନ୍ତ ହୋଇଥାଆନ୍ତି ଏବଂ ପୋକ ଲାଗିଥିବା ପତ୍ର ମଧ୍ୟ ଖାଇଥାଆନ୍ତି । ତେଣୁ ଏହି ଦିନରେ କ୍ଷୀର ପିଇବାକୁ ମନା କରାଯାଏ ।

ସବୁଜ ପତ୍ର ଥିବା ପରିବା: ସମସ୍ତେ ଜାଣନ୍ତି ଯେ ଶ୍ରାବଣ ମାସରେ ସବୁଜ ରଙ୍ଗର ବିଶେଷ ମହତ୍ତ୍ବ ରହିଛି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦିନରେ ସବୁଜ ପତ୍ର ଥିବା ପନିପରିବା ଖାଇବାକୁ ବିଶେଷ ଭାବରେ ମନା କରାଯାଇଛି। କୁହାଯାଏ ଏହି ଦିନରେ ସବୁଜ ପତ୍ର ଥିବା ପରିବା ଖାଇଲେ ଶରୀରରେ ବାତ ରୋଗ ବଢିବାର ଆଶଙ୍କା ରହିଥାଏ।

ଏହା ପଛରେ ଥିବା ବୈଜ୍ଞାନିକ କାରଣ ହେଲା ଶ୍ରାବଣ ମାସରେ ଅଧିକ ବର୍ଷା ହେବା ଯୋଗୁଁ ପତ୍ର ଜାତୀୟ ପରିବାରେ ଅଧିକ ମାତ୍ରାରେ ପୋକ ଲାଗି ରହିଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ପେଟ ଓ ତ୍ବଚା ରୋଗ ହେବାର ଆଶଙ୍କା ଥାଏ ।

ମାଛ-ମାଂସ: ଶ୍ରାବଣ ମାସରେ ଶାକାହାରୀ ଭୋଜନ କରିବାକୁ ପରାମର୍ଶ ଦିଆଯାଏ । ଧାର୍ମିକ କାରଣ ଅନୁଯାୟୀ ଶ୍ରାବଣ ମାସରେ ଜଳଲାଗି ପାଇଁ ଆମିଷ ନିଷେଦ୍ଧ କରାଯାଇଛି। କିନ୍ତୁ ବୈଜ୍ଞାନିକ ମତ ଅନୁଯାୟୀ, ଏହି ଦିନ ହେଉଛି ମାଛ ଅଣ୍ଡା ବା ମଞ୍ଜି ଦେବା ସମୟ । ମାଛ ମଞ୍ଜି ଶରୀର ପାଇଁ ହାନିକାରକ ହୋଇପାରେ।

ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ: ଏହି ଦିନରେ ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍। କାରଣ ଏହା ଗରିଷ୍ଠ ହୋଇଥିବାରୁ ହଜମ ପ୍ରକ୍ରିୟାରେ ଅଧିକ ସମୟ ଲାଗିଥାଏ ।

 

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories