www.samajalive.in
Friday, December 12, 2025
23.1 C
Bhubaneswar

ୟୁପିରେ ମୁଜଫରପୁର ଘଟଣା; ଆଶ୍ରୟସ୍ଥଳରୁ ଉଦ୍ଧାର ହେଲେ ୨୪ମହିଳା;ଜିଲାପାଳଙ୍କୁ ନିଲମ୍ବନ ନିର୍ଦେଶ

ଲକ୍ଷ୍ନୌ: ବିହାର ମୁଜଫରପୁର ଅଞ୍ଚଳର ଆଶ୍ରୟସ୍ଥଳରୁ ୩୪ଜଣ ନାବାଳିକା ଉଦ୍ଧାର ଘଟଣା ସମଗ୍ର ଦେଶରେ ଚହଳ ପକାଇ ଥିବା ବେଳେ ୟୁପି ଦେଓରିଆଠାରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଏଭଳି ଏକ ଆଶ୍ରୟସ୍ଥଳରୁ ୨୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ବେଆଇନ ଭାବେ ଏଭଳି ଆଶ୍ରୟସ୍ଥଳୀକୁ ପରିଚାଳନା କରାଯାଉ ଥିବା ଅଭିଯୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ସୋମବାର ଦେଓରିଆ ଜିଲାପାଳଙ୍କ ସମେତ ଏସପି ସଦଳବଳେ ଦେବାରିଆ ସହରର ଷ୍ଟେସନ ରୋଡ଼ରେ ଥିବା ବିଦ୍ୟାବାସିନୀ ନାମକ ଆଶ୍ରୟ ସ୍ଥଳ ଉପରେ ଚଢଉ କରିଥିଲେ। ଚଢଉ ବେଳେ ଉକ୍ତ ଅଶ୍ରୟ ସ୍ଥଳରୁ ୨୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୨୪ଜଣ ମହିଳା ରାଜ୍ୟର ବିଭିନ୍ନ ଜିଲା ନିବାସୀ। ଏହି ଅଶ୍ରୟ ସ୍ଥଳୀ ଦୀର୍ଘ ବର୍ଷ ଧରି ପରିଚାଳିତ ହୋଇ ଆସୁଥିଲା। ଏ ସମ୍ପର୍କରେ ପ୍ରଶାସନ ପାଖରେ ମଧ୍ୟ ଖବର ଥିଲା। ତେବେ ବିହାର ଘଟଣା ପରେ ଜିଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବେଆଇନ ଆଶ୍ରୟ ସ୍ଥଳର ଏକ ଶାଖା ରଜଲା ଗ୍ରାମରେ ମଧ୍ୟ ପରିଚାଳିତ ହେଉଛି। ଏହି ଆଶ୍ରୟ ସ୍ଥଳକୁ ୨୦୧୭ରେ ବନ୍ଦ କରି ଦିଆଯାଇ ଥିଲା। ପ୍ରାରମ୍ଭିକ ତଦନ୍ତରେ ଉକ୍ତ ଆଶ୍ରୟ ସ୍ଥଳରୁ ମଧ୍ୟ ଏକାଧିକ ମହିଳା ନିରୁଦ୍ଦିଷ୍ଟ ଥିବା ଜଣାପଡ଼ିଛି। ୟୁପିର ମହିଳା ଓ ବାଲ କଲ୍ୟାଣ ମନ୍ତ୍ରୀ ରୀତା ବହୁଗୁଣା ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ ଉକ୍ତ ଆଶ୍ରୟ ସ୍ଥଳକୁ ସିବିଆ ଦ୍ୱାରା ଗତ ବର୍ଷ ଚଢଉ କରିବା ପରେ ଏହାର ଅନୁମତିକୁ ବାତିଲ କରି ଦେଇଥିଲେ। ସିବିଆଇର ଏହି ରିପୋର୍ଟକୁ ଭିତ୍ତି କରି ଶ୍ରୀମତି ବହୁଗୁଣା ଉକ୍ତ ଅଶ୍ରୟସ୍ଥଳୀକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏ ସମ୍ପର୍କରେ ୧ଅଗଷ୍ଟରେ ଉକ୍ତ ଆଶ୍ରୟସ୍ଥଳୀ ନାମରେ ଏକ ମାମଲା ରୁଜୁ କରାଯାଇଛି। ଆଶ୍ରୟସ୍ଥଳୀର ରେକର୍ଡ଼ ଅନୁପାତରେ ଏଠାରେ ରହୁଥିବା ମହିଳାଙ୍କ ସଂଖ୍ୟା ମଧ୍ୟରେ ଅନିୟମିତତା ରହିଥିବା ଅଭିଯୋଗରେ ଦର୍ଶାଯାଇଛି। ଇତିମଧ୍ୟରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯିବା ସହ ଉକ୍ତ ମହିଳାଙ୍କ ତଥ୍ୟ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି। ଏଭଳି ଗୁରୁତ୍ଵପୂର୍ଣ୍ଣ ଘଟଣାରେ ବିଳମ୍ବିତ ପଦକ୍ଷେପ ଗ୍ରହର ଅଭିଯୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଓରିଆ ଜିଲାପାଳ ସୁଜିତ କୁମାରଙ୍କୁ ନିଲମ୍ବନ କରିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories