www.samajalive.in
Sunday, December 14, 2025
15.1 C
Bhubaneswar

କେନ୍ଦ୍ରୀୟ ଫୋରେନସିକ୍‌ ଲ୍ୟାବ୍‌ର ରିପୋର୍ଟ: କୁନ୍ଦୁଲି ପୀଡିତାଙ୍କର ବଳାତ୍କାର ହୋଇ ନାହିଁ

କଟକ: କୁନ୍ଦୁଲି ପୀଡିତାଙ୍କୁ ଗଣ ବଳାତ୍କାର ଅଭିଯୋଗ ପରେ  ସାରା ଓଡିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ବିରୋଧି ଦଳମାନଙ୍କ ପକ୍ଷରୁ ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ପୀଡିତା ଆତ୍ମହତ୍ୟା କରିଥିଲେ । ପୁଲିସ ଡାକ୍ତରୀ ଓ ଫୋରେନସିକ୍‌ ରିପୋର୍ଟରେ ବଳାତ୍କାର ହୋଇ ନ ଥିବା ତଥ୍ୟ ବିଷୟରେ ସୂଚନା ଦେଇଥିଲା । ଏହପରେ ରାଜ୍ୟ ଫୋରେନସିକ୍‌ ଗବେଷଣାଗାରର ପ୍ରାଥମିକ ଓ ଅନ୍ତିମ ତଥ୍ୟ ତାଳ ମେଳ ରହୁ ନ ଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ବସ୍ତ୍ରର ଫୋରେନସିକ ତଦନ୍ତ ପାଇଁ କେନ୍ଦ୍ରୀୟ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାରକୁ ପଠାଇବା ପାଇଁ ପୁଲିସ ମହାନିର୍ଦେଶକ ନିର୍ଦେଶ ଦେଇଥିଲେ । ଏହାପରେ କୋଲକାତାରେ ଥିବା କେନ୍ଦ୍ରୀୟ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାରକୁ ପୀଡିତାଙ୍କ ବସ୍ତ୍ରକୁ ପଠାଯାଇଥିଲା । ସେଥିରେ ଲାଗିଥିବା ଦାଗ ସିମନ ନୁହେଁ ,ଏହା ପୀଡିତାଙ୍କର , ନାରୀ ଶରୀରରୁ ନିର୍ଗତ ପଦାର୍ଥ ବୋଲି କେନ୍ଦ୍ରୀୟ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାର ରିପୋର୍ଟରେ ଦର୍ଶାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଆର୍‌ ବି ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାର ତାହାର ରିପୋର୍ଟ ଅଦାଲତକୁ ପଠାଇଛି । ଏହି ରିପୋର୍ଟ ରାଜ୍ୟ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାର ରିପୋର୍ଟ ସହ  ସମାନ ବୋଲି ସେ ପ୍ରକାଶ କରିଛନ୍ତି ।

- Advertisement -

୧୦.୧୦.୨୦୧୭ରେ କୁନ୍ଦୁଲିରେ ଜଣେ ଛାତ୍ରୀ ଫେରୁଥିବା ବେଳେ ତାଙ୍କୁ ୪ ଜଣ ଜବାନ ଗଣ ବଳାତ୍କାର କରିଥିବା କଥା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ କୁନ୍ଦୁଲି ପ୍ରାଥମିକ ଚିକିତ୍ସାଳୟ  ପରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୧୦-୧୦-୨୦୧୭ ଓ ୧୧-୧୦-୨୦୧୭ରେ ଡାକ୍ତରୀ ଦଳ ତାଙ୍କର ପରୀକ୍ଷା କରିଥିଲେ । ରିପୋର୍ଟରେ ବଳାତ୍କାର ହୋଇ ନ ଥିବା ଦର୍ଶାଯାଇଥିଲା । ଏଥିରେ ବ୍ରହ୍ମପୁର ଏମ୍ଏଫ୍‌ଟିର ସହକାରୀ ପ୍ରଫେସର ଡକ୍ଟର ସୁଦୀପ ଦାଶ ବି ଥିଲେ । ପରେ ରାଜ୍ୟ ଫୋରେନସିକ୍‌ ବିଜ୍ଞାନ ବେଷଣାଗାରକୁ ପୀଡିତାଙ୍କ ବସ୍ତ୍ର ପରୀକ୍ଷା ପାଇଁ ପଠାଯାଇଥିଲା । ୨୩-୧୦-୨୦୧୭ରେ ଅଦାଲତରେ ଫୋରେନସିକ୍‌ ବିଜ୍ଞାନ ଗବେଷଣାଗାରର ନିର୍ଦେଶକ ବଳାତ୍କାର ହୋଇ ନ ଥିବା ରିପୋର୍ଟ ଦାଖଲ କରିଥିଲେ । ଏହାପରେ ପ୍ରାଥମିକ ରିପୋର୍ଟ ଓ ଅନ୍ତିମ ରିପୋର୍ଟ ତାଳ ମେଳ ରହୁ ନଥିବା ଅଭିଯୋଗ ହୋଇଥିଲା ।ପରେ ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ କ୍ରମେ ଏହି ବସ୍ତ୍ର ସବୁକୁ ପରୀକ୍ଷା ପାଇଁ କଲକାତ ପଠାଯାଇଥିଲା । ଡିଏନ୍‌ଏ ପ୍ରୋଫିଲିଂ ଓ ପୁନଃ ପରୀକ୍ଷା ପାଇଁ ଏସବୁ ପଠାଯାଇଥିଲା । ସେଥିରୁ ବି ବସ୍ତ୍ରର ଦାଗ ପୁରୁଷଙ୍କର ନୁହେଁ , ଏହା ନାରୀର ବୋଲି ରିପୋର୍ଟ ଆସିଛି  ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଆର୍‌ ବି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

୨୨-୦୧-୨୦୧୮ ତାରିଖରେ ପୀଡିତା ଆତ୍ମହତ୍ୟା  କରିଥିଲେ । ଏହାପରେ  ବିରୋଧିଦଳ ମାନଙ୍କ ପକ୍ଷରୁ ଓଡିଶା ବନ୍ଦ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାର ଏସ୍‌ଆଇଟି ଓ ବିଚାରବିଭାଗୀୟ ତଦନ୍ତ ଚାଲିଛି । ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହାର ବି ତଦନ୍ତ ଚାଲିଛି ।

ଏହି ଘଟଣାପରେ ପୀଡିତାଙ୍କୁ ମାନସିକ ଚାପ ପକାଇଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତଦନ୍ତ ପାଇଁ ଦାବି ହୋଇଛି । ତାଙ୍କୁ ଭୁବନେଶ୍ୱର ଡାକି ତାଙ୍କର ସର୍ବ ସମ୍ମୁଖରେ ଜନ ଶୁଣାଣୀ କରିବା ସହ ସେ ଆତ୍ମହତ୍ୟା କଥା କହୁଥିବା ବେଳେ, କେତେକ ବ୍ୟକ୍ତି ଓ ନେତା ନିଜର ସ୍ୱାର୍ଥ ପାଇଁ ତାଙ୍କ ଫଟୋ ଓ ପରିଚୟକୁ ସାର୍ବଜନୀନ କରିଥିଲେ ବୋଲି ଅଭିଯୋଗ ହୋଇଛି । ପୁଲିସରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି । ସେହି ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଷ୍ଟେଟ ପୋଗ୍ରେସିଭ୍‌ ଓ୍ୱିମେନସ୍‌ ଫୋରମ ପକ୍ଷରୁ ଦାବି କରାଯାଇଛି । ଏହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟେଟ ପୋଗ୍ରେସିଭ ଓ୍ୱିମେନସ୍‌ ଫୋରମର ସଂଯୋଜିକା ମମତା ସାମନ୍ତରାୟ ଦାବି କରିଛନ୍ତି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories