www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ କାର୍ଯ୍ୟ କରୁଥିବା ୨୪ ହଜାର କର୍ମଚାରୀଙ୍କୁ ବ୍ୟାଙ୍କ ଅଫ୍ ଆମେରିକା ଦେବ ‘କରୋନା ପ୍ୟାକେଜ’

ମୁମ୍ବାଇ: କରୋନା କାଳରେ ଉପଯୁକ୍ତ ସେବା ଯୋଗାଇ ଦେଇଥିବା ଯୋଗୁଁ ବ୍ୟାଙ୍କ ଅଫ୍ ଆମେରିକା ଭାରତରେ କାର୍ଯ୍ୟ କରୁଥିବା ୨୪ ହଜାର କର୍ମଚାରୀଙ୍କୁ ଆର୍ଥିକ ସହାୟତା ଦେବ । କରୋନା ପ୍ୟାକେଜ କୁହାଯାଉଥିବା ଏହି ଆର୍ଥିକ ସହାୟତା ବାର୍ଷିକ ୧ ଲକ୍ଷ ଡ଼ଲାର ( ୭୫ ଲକ୍ଷ ଟଙ୍କା)ରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ । ସମସ୍ତଙ୍କୁ ନଗଦ ୭୫୦ ଡ଼ଲାର ଲେଖାଏଁ ନଗଦ ରାଶି ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ଘୋଷଣା କରିଛି । ସାରା ବିଶ୍ବରେ ବ୍ୟାଙ୍କ ଅଫ୍ ଆମେରିକାର ପ୍ରାୟ ଦେଢ଼ ଲକ୍ଷ କର୍ମଚାରୀ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୯୭% ଏହି ବୋନସ ପାଇବେ ।

ବିଶ୍ବବ୍ୟାପୀ କର୍ମଚାରୀମାନଙ୍କୁ ବ୍ୟାଙ୍କ ଅଫ୍ ଆମେରିକା ଏକ ଆଭ୍ୟନ୍ତରୀଣ ଚିଠି ପଠାଇଛନ୍ତି । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରାଏନ ମୋନିହାନ କହିଛନ୍ତି ଯେ କରୋନା ସମୟରେ ବ୍ୟାଙ୍କ କର୍ମଚାରୀମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତେଣୁ ସେମାନଙ୍କୁ ଏହି ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି ।

- Advertisement -

୨୦୨୧ର ପ୍ରଥମ ତ୍ରୟମାସିକରେ ବାର୍ଷିକ ମୋଟ କ୍ଷତିପୂରଣ ରାଶି ମିଳିବ । ଆମେରିକାର କର୍ମଚାରୀମାନଙ୍କୁ ଫେବ୍ରୁଆରୀ ମାସରେ ଓ ଅନ୍ୟ ଦେଶରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମାର୍ଚରେ ଏହି ସହାୟତା ରାଶି ମିଳିବ । ଏହା ସହିତ କ୍ଷତିପୂରଣସ୍ତର ଆଧାର କରାଯାଇ କର୍ମଚାରୀମାନଙ୍କୁ ୧୫୦ ୟୁନିଟରୁ ୭୫୦ ୟୁନିଟ୍ ପର୍ଯ୍ୟନ୍ତ ଷ୍ଟକ ସେୟାର ପ୍ରଦାନ କରାଯିବ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories