www.samajalive.in
Saturday, December 13, 2025
26.1 C
Bhubaneswar

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ବରଗଡ଼ ଜିଲା ଭଟଲୀ ବ୍ଲକ ଅନ୍ତର୍ଗତ କେସେଇପାଲି ଏବଂ କେଲେଣ୍ଡାପାଇଁ ପଞ୍ଚାୟତ ଦାୟିତ୍ଵରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠଳୁ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ଦୁଇଟି ଯାକ ପଞ୍ଚାୟତ ଦାୟିତ୍ଵରେ ଥିବା ପିଇଓ ଉମେଶ ସେଠଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହା ଆଧାରରେ ସୋମବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ସେଠଙ୍କ ବରଗଡ଼ସ୍ଥିତ ବାସଭବନ, ଲାଉନସରାସ୍ଥିତ ବାସଭବନ ଓ ଉଭୟ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ତେବେ ଏହି ସମୟରେ ଅଧିକାରୀମାନେ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରି ସଗେୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି। ଚଢ଼ାଉ ଜାରି ରହିଥିବାବେଳେ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସୂଚନା ଦିଆଯାଇ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories