www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ରେ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ : ଭାରତ ଗସ୍ତରେ ଥିବା ଇଲଣ୍ଡ କ୍ରିକେଟ ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଟ୍ବେଣ୍ଟି-୨୦ ସିରିଜ୍‌ ଖେଳିବ। ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ ମାର୍ଚ୍ଚ ୧୨ରୁ ୨୦ ପର୍ୟ୍ୟନ୍ତ ଅହମ୍ମଦାବାଦ୍‌ସ୍ଥିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ। ଟ୍ବେଣ୍ଟି୨୦ ସିରିଜ୍‌ରେ ଷ୍ଟାଡ଼ିୟମକୁ ଦର୍ଶକଙ୍କ ପ୍ରବେଶ ଲାଗି ​‌େଖା ଲିବାକୁ ଚିନ୍ତା କରୁଥିବାବେଳେ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଭାରତ-ଇଲଣ୍ଡ ଟ୍ବେଣ୍ଟି-୨୦ ସିରିଜ୍‌ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡ଼ିୟମ ଖୋଲିବାକୁ ଚାହୁଁଛୁ। କେତେ ସଂଖ୍ୟାରେ ଟିକଟ ବିକ୍ରି କରାଯିବ ଆମେ ସେ ସମ୍ପର୍କରେ ଏପର୍ୟ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ନେଇ ଚିନ୍ତାକରୁଛୁ। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଦର୍ଶକଙ୍କ ସୁରକ୍ଷା ପ୍ରତି ଆମେ ପ୍ରାଥମିକତା ଦେଉଛୁ ବୋଲି ବିସିସିଆଇ ଅଫିସିଆଲ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଏମ.ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା​‌ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ଲାଗି କୌଣସି ଟିକଟ ନଦେବା ଲାଗି ସଦସ୍ୟଙ୍କୁ ଅବଗତ କରାଯାଇଛି। କାରଣ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories