www.samajalive.in
Sunday, December 14, 2025
23.1 C
Bhubaneswar

ବେଳାଭୂମିରେ ୪ ଯୁବକଙ୍କ ଆତଙ୍କ ରାଜ, ପର୍ଯ୍ୟଟକ ସମେତ ପୁଲିସକୁ ଆକ୍ରମଣ ଅଭିଯୋଗ, କୋର୍ଟ ଚାଲାଣ

ଗୋପାଳପୁର : ଆସିକା ଓ ହିଞ୍ଜିଳିକାଟୁ ଅଞ୍ଚଳର ଚାରିଜଣ ଯୁବକ ଗତ ଶନିବାର ସଂଧ୍ୟାରେ ଗୋପାଳପୁର ବୁଲିବାକୁ ଆସି ବେଳାଭୂମିରେ ବୁଲୁଥିବା କିଛି ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରିବଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରୁଥିବା ବେଳେ ସେମାନେ ପୁଲିସକୁ ମଧ୍ୟ ଆକ୍ରମଣ କରିବା ସହ ଗାଲିଗୁଲଜ କରିଥିଲେ। ଏହି ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ଯୁବକ ମାନେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମର ପବିତ୍ର ଗୈାଡ(୩୪), ସାରୁ ବଡଖଣ୍ଡି ଗ୍ରାମର ନିରଞ୍ଜନ ବାଇରୀ(୩୦),ଚାନ୍ଦୁଲି ଗ୍ରାମର ରାମକୃଷ୍ଣ ପାତ୍ର (୩୩) ଓ ଆସିକା ଥାନା ଅନ୍ତର୍ଗତ ହାଡପଦର ଗ୍ରାମର ଗୈାରବ ପାଣିଗ୍ରାହୀ (୨୫) ବୋଲି ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ ଏହି ଚାରିଜଣ ସାଙ୍ଗ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁର ରେ ପହଞ୍ଚି ବେଳାଭୂମିରେ‌ ବୁଲାବୁଲି କରିବା ସହ ଅନ୍ୟ କେତେକ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରିବା ସହ ଅଶ୍ମିଳ ଇଂଗୀତ କରିବା ଘଟଣାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହାକୁ କିଛି ପର୍ଯ୍ୟଟକ ବେଳାଭୂମି ରେ ଥିବା ପୁଲିସ ବିଟ୍‌ ହାଉସରେ ଅଭିଯୋଗ କରିଥିଲେ। ଏହି ଘଟଣା ନେଇ ବିଟ୍‌ ହାଉସରେ କର୍ମଚାରୀମାନେ ଥାନାକୁ ଖବର ଦେବା ପରେ ପେଟ୍ରୋଲିଂ ଡ୍ୟୁଟିରେ ଥିବା ଏଏସଆଇ ପୁରୁଷୋତ୍ତମ ପାଇକ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରୁଥିବା ଚାରି ଯୁବକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉକ୍ତ ଚାରି ଯୁବକ ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏହା ସହ ହାବିଲଦାର ଦୁଃଖୀଶ୍ୟାମ ପ୍ରଧାନ, ହୃଷିକେଶ ବେହେରା ଓ ଗୃହରକ୍ଷୀ ଲିଙ୍ଗରାଜ ବେହେରାଙ୍କ ସାର୍ଟ କଲର ଧରିବା ସହ ବେକ କୁ ଚାପି ଧରିଥିଲେ। ଉକ୍ତ ଘଟଣା ପରେ ସେଠାରେ ଉପସ୍ଥିତ ଥିବା କିଛି ପର୍ଯ୍ୟଟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ସେମାନଙ୍କୁ ମାଡ଼ି ବସିବା ସହ କାବୁ କରିବାରେ ସକ୍ଷମ ହେବା ସହ ଥାନାକୁ ନେଇଥିଲେ। ଉକ୍ତ ଚାରି ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ଯୋଗୁଁ ସେମାନଙ୍ର ଡାକରୀ ମାଇନା କରାଯାଇ ପଚରାଉଚରା କରାଯାଇଥିଲା। ଉକ୍ତ ଚାରି ଯୁବକ ମୁମ୍ବାଇ ରହି ଚାକିରି କରୁଥିବା ବେଳେ କିଛି ଦିନ ତଳେ ଗାଁ କୁ ଫେରି ଶନିବାର ଗୋପାଳପୁର ବୁଲିବାକୁ ଆସି ଏପରି କାଣ୍ଡ ଭିଆଇ ଥିବା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଏହା ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ମୋଟରସାଇକେଲ କୁ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଥାନାରେ ୧୫/୨୧ ରେ ଏକ ମାମଲା ରୁଜୁ କରିବା ସହ କୋଭିଡ ଟେଷ୍ଟ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

- Advertisement -

 

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories