ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ସଂପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଛୁରା ମାଡରେ ଝିଆରୀ ସନ୍ତୋଷୀ ନାଇକଙ୍କର ବେକ ଓ ପେଟରେ ଆଘାତ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ବଣପଲ୍ଲୀ ରଙ୍ଗନିଧି ନାଇକଙ୍କ ଝିଅ ସନ୍ତୋଷୀ ନିଜର ସାନ ଭାଇ ଭଉଣୀ ସହ ମାଟି ପାଇଁ ବିଲକୁ ଯାଇଥିଲେ । ସେମାନେ ବିଲ ମାଳରେ ଥିବା ସମୟରେ ସଂପର୍କୀୟ ଦାଦା ଧନୁ ନାଇକ ସେଠାରେ ପହଞ୍ଚିଥିଲେ । ପୂର୍ବରୁ ସନ୍ତୋଷୀକୁ ଘରୁ ନବାହାରିବା ପାଇଁ ଧନୁ ଆକଟ କରିଥିବା ବେଳେ ଆଜି ପୁଣି ସନ୍ତୋଷୀକୁ ବିଲରେ ଥିବା ଦେଖି ସେ ରାଗିଯାଇ ଗାଳି ଗୁଲଜ କରିବା ସହ ତା’ର ବେକ ଓ ପେଟକୁ ଛୁରା ମାଡ କରିଥିଲେ । ସେଠାରୁ ସନ୍ତୋଷୀକୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ ମେଡିକାଲରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଥିବା ଦାଦାକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।
Comments are closed.