www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ନେଇ ଦସ୍ତଖତ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ଆନ୍ଦୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗିରିଜା ଛକ -ରାମଲିଙ୍ଗମ ପାର୍କ ନିକଟରେ ତୃତୀୟ ପର୍ଯ୍ୟାୟ ପୋଷ୍ଟକାର୍ଡ -ବ୍ୟାନର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଭର୍ତ୍ସନା କରାଯାଇଥିଲା l ବ୍ରହ୍ମପୁରର ହଜାର ହଜାର ଯୁବକ ଯୁବତୀ ଭାରତର ବିଭିନ୍ନ ବଡ଼ ବଡ଼ ସହର ଓ ବିଦେଶରେ କାମ କରୁଥିଲେ ବି ଆବଶ୍ୟକ ବେଳେ ଘରକୁ ଫେରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଗତ ତିରିଶ ବର୍ଷ ହେବ ବିମାନ ବନ୍ଦର ସ୍ଥାପନ ନେଇ ବ୍ରହ୍ମପୁରବାସୀଙ୍କ ପକ୍ଷରୁ ଦାବି ହେଉଥିବାବେଳେ ରାମଲିଙ୍ଗମ ପୋଖରୀ ପାର୍କ ଉଦଘାଟନ କରି ମାତ୍ରାଧିକ ଆଡମ୍ବର କରି ବ୍ରହ୍ମପୁରବାସୀଙ୍କୁ ଭକୁଆ ବନାଇବା ଏକ ପ୍ରଚେଷ୍ଟା ବୋଲି ଅଧିକାଂଶ କ୍ଷୋଭ ପ୍ରକାଶ କରିଛନ୍ତି l ଆଜିର ଦସ୍ତଖତ ଅଭିଯାନରେ ଆବାହକ ରାଜେନ୍ଦ୍ର ପଣ୍ଡା, ସହଆବାହକ ଅବନୀ ଗୟାଙ୍କ ସହ ଗଗନ ଚନ୍ଦ୍ର ମଲ୍ଲିକ, ଭି. ସନ୍ତୋଷ କୁମାର, ଜାମୁଲl ସୁରେଶ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବାସୁଦେବ ସାହୁକାର, ଡ଼ଃ. ଶିବ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ବେହେରା, ବି ସ୍ୱରାଜ୍ୟ ସୁବୁଦ୍ଧି, ଏସ. କେଶବ ଲିଙ୍ଗମ, ପ୍ରଦୀପ କୁମାର ସାହୁ, ଜେ ରବି କୁମାର ଏବଂ ଶ୍ରୀବଛ ଲାଞ୍ଚନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେl

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories