www.samajalive.in
Sunday, December 14, 2025
23.1 C
Bhubaneswar

ଦିଦିଙ୍କ ନୂଆ ଦାବି, ଭାରତର ୪ଟି ସ୍ଥାନରେ ପ୍ରତିଷ୍ଠା ହେଉ ରାଜଧାନୀ

କଲକାତା: କେବଳ ନୂଆଦିଲ୍ଲୀ ନୁହେଁ; ଭାରତର ୪ଟି ପର୍ୟ୍ୟାୟ ଭିତ୍ତିକ ରାଜଧାନୀ ହେବା ଆବଶ୍ୟକ। ସେହି ଅନୁସାରେ ସଂସଦ ଅଧିବେଶନ ସମ୍ପୃକ୍ତ ୪ ରାଜଧାନୀ ସହରରେ କ୍ରମାନ୍ବୟେ ଅନୁଷ୍ଠିତ ହେବା ଉଚିତ। କଲକାତାରେ ନେତାଜୀ ଜୟନ୍ତୀ ସମାରୋହରେ ଉଦ୍‌ବୋଧନ ଦେଇ ଏଭଳି ପ୍ରସ୍ତାବ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ଦିଲ୍ଲୀରେ କାହିଁକି ରାଜଧାନୀ ରହିବ ଏବଂ ସଂସଦ ଅଧିବେଶନ ବସିବ ? ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ବିହାର, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ କିମ୍ବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କୌଣସି ପ୍ରମୁଖ ମହାନଗରୀରେ କାହିଁକି ଏହା ହୋଇ ନ ପାରିବ ?

ଏଭଳି ପ୍ରଶ୍ନ ମାଧ୍ୟମରେ ମମତା ଦିଲ୍ଲୀରେ ୨୦ହଜାର କୋଟି ଟଙ୍କାରେ ବ୍ୟୟବହୁଳ ଦ୍ବିତୀୟ ସଂସଦ ଭବନ ପ୍ରତିଷ୍ଠାକୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ନେତାଜୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ସ୍ମାରକୀ ପ୍ରତିଷ୍ଠା କରିପାରୁ ନ ଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ସେହିଭଳି ୮ହଜାର କୋଟି ଟଙ୍କା ବ୍ୟୟରେ ନୂଆ ବିମାନ କିଣାକୁ ମଧ୍ୟ ସେ ସମାଲୋଚନା କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories