www.samajalive.in
Saturday, December 6, 2025
19.1 C
Bhubaneswar

ନେତାଜୀ ଜୟନ୍ତୀରେ ଯୁବ ବିଜେଡିର ମଶାଲ ଶୋଭାଯାତ୍ରା

ଆଠଗଡ: ବିଶିଷ୍ଟ ମୁକ୍ତି ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶନିବାର ସନ୍ଧ୍ୟାରେ ଆଠଗଡ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ସହିତ ଲକ୍ଷ୍ମୀବଜାର ଠାରେ ସଭା ଓ ବୃତ୍ତଚିତ୍ର ପ୍ରଦର୍ଶନର ଆୟୋଜନ ହୋଇଯାଇଛି। ଯୁବ ବିଜେଡି ସଭାପତି ଶିବଶଙ୍କର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାକୁ ରଥଗଡା ଛକଠାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ। ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀବଜାରଠାରେ ପହଞ୍ଚିବା ପରେ ଯୁବ ବିଜେଡି ସଭାପତି ଶ୍ରୀ ଜେନାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ବିଜେଡି ସଭାପତି ଶ୍ରୀ ରାଉତ, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ଛାତ୍ରଜନତା ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ, ଛାତ୍ରଜନତା ଉପସଭାପତି ସନ୍ତୋଷ ମିଶ୍ର, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ବିଜେଡି ସଭାପତି ରଞ୍ଜିତା ଭକ୍ତା, ଶ୍ରମିକ ନେତା ଅଶୋକ ରାଉତ, ପ୍ରିତିରଞ୍ଜନ ବେହେରା ଓ ପ୍ରକାଶ ରାଉତ ପ୍ରମୁଖ ଉଦ୍‍ବୋଧନ ଦେଇ ମହାନ ଦେଶଭକ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ଓ ନେତା ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ପରେ ନେତାଜୀଙ୍କ ଜୀବନୀ ଏବଂ ସ୍ୱାଧୀନତା ସଂଗ୍ରାମ ଉପରେ ପର୍ଯ୍ୟବେସିତ ଏକ ବୃତ୍ତଚିତ୍ର ସେଠାରେ ପ୍ରଦର୍ଶନ କରାଯାଇଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories