www.samajalive.in
Saturday, December 13, 2025
26.1 C
Bhubaneswar

ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହାନଦୀ ଜଳ ବିବାଦର ସମାଧାନ ନେଇ ଟ୍ରାଇବୁନାଲ ଗଠନ କରିଛନ୍ତି । କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍ ଖାନଓ୍ଵିଲକରଙ୍କୁ ଟ୍ରାଇବୁନାଲର ଅଧ୍ୟକ୍ଷ ଭାବେ ମନୋନିତ କରାଯାଇଛି। ଏହି ଟ୍ରାଇବୁନାଲର ସଦସ୍ୟ ଭାବେ ପାଟନା ହାଇକୋର୍ଟର ବିଚାରପତି  ଜଷ୍ଟିସ ଡଃ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଇନ୍ଦରମିତ କୌର କୋଚାରଙ୍କୁ ରଖାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଟ୍ରାଇବୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ମନୋନିତ କରିଛନ୍ତି । ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଛି।

ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଗଠନ ନିମନ୍ତେ ରାଜ୍ୟ ସରକାର ଅନେକ ଦିନ ଧରି ଦାବି କରି ଆସୁଥିଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ମଧ୍ୟ ଦାଏର କରିଥିଲେ । ମାଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୩ରେ ଏହି ଜଳବିବାଦର ସମାଧନ ପାଇଁ  ଟ୍ରାଇବୁନାଲ ଗଠନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories