www.samajalive.in
Sunday, December 7, 2025
13.1 C
Bhubaneswar

ନକଲି ବଜାରର ପେଣ୍ଠସ୍ଥଳୀ ବ୍ରହ୍ମପୁର, ସ୍ନାକ୍ସ ଗୋଦାମରେ ଚଢଉ ବେଳେ ବେଆଇନ ଗୁଟଖା କାରଖାନା ଠାବ

ବ୍ରହ୍ମପୁର: ନକଲି ବଜାରର ପେଣ୍ଠସ୍ଥଳୀ ପାଲଟିଛି ବ୍ରହ୍ମପୁର ସହର। ସହରରୁ ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ଓ ବେଆଇନ କାରଖାନା ଠାବ ହେବା ଘଟଣା ଅନେକଙ୍କୁ ବିସ୍ମିତ କରିଛି। ଶନିବାର ନକଲି ସ୍ନାକ୍ସ ଗୋଦାମରେ ଚଢଉ ବେଳେ ପୁଲିସ ଫାଷ୍ଟଗେଟ ଠାରେ ଥିବା ଏକ ଘରୁ ବିପୁଳ ପରିମାଣର ନକଲି ଗୁଟଖା ଓ କଞ୍ଚାମାଲ ଜବତ କରିଛି। ନକଲି ଗୁଟଖା କାରବାରର ସୌଦାଗରକୁ ପୁଲିସ ଗିରଫ କରିବା ସହ ଅଧିକ ଖୋଳତାଡ ଜାରି ରଖିଛି। ତେବେ ଦୀର୍ଘ ଦିନ ଧରି ଏଠାରେ ବେଆଇନ ଗୁଟ୍‌ଖା କାରଖାନା ଚାଲିଥିବାବେଳେ ପୁଲିସ କିଭଳି ଏହାର ସୁରାକ ପାଇପାରୁନଥିଲା ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ସହରରେ ଥିବା ନକଲି ଓ ଅପମିଶ୍ରିତ କମ୍ପାନୀରେ ଚଢଉ ପାଇଁ ବ୍ରହ୍ମପୁର ପୁଲିସ ପକ୍ଷରୁ କିଛି ଦିନ ତଳେ ଯୋଜନା ହୋଇଥିଲା। ବିଭିନ୍ନ ସୁତ୍ରରୁ ତଥ୍ୟ ସଂଗ୍ରହ କରିବା ପରେ ୨ ଦିନ ତଳେ ବଡ଼ବଜାର ଅଞ୍ଚଳର ପାଣ୍ଡବନଗରରୁ ପୁଲିସ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ କମ୍ପାନୀ ଠାବ କରିବା ପରେ ଶୁକ୍ରବାର ପଣ୍ଡାକଲୋନୀରୁ ନକଲି ଚା’ ଗୁଣ୍ଡ କମ୍ପାନୀ ଠାବ ହୋଇଥିଲା। ସେହିକ୍ରମରେ ଫାଷ୍ଟଗେଟ ନିକଟ ଠାକୁରାଣୀ ମନ୍ଦିର ସାହି ଠାରେ ଏକ ନକଲି ସ୍ନାକ୍ସ ଗୋଦାମ ଥିବା ନେଇ ବଡ଼ବଜାର ପୁଲିସ ପାଖରେ ସୂଚନା ରହିଥିଲା। ଶନିବାର ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ପୁଲିସ ଉକ୍ତ ଗୋଦାମରେ ଚଢଉ କରିଥିଲା। ଚଢଉବେଳେ ସେଠାରୁ ନକଲି ସ୍ନାକ୍ସ ସହ ବିପୁଳ ପରିମାଣରେ ନକଲି ତଥା ବେଆଇନ ଗୁଟଖା ଠାବ କରାଯାଇଥିଲା। ବିପୁଳ ପରିମାଣର ଗୁଟ୍‌ଖା ଠାବ ହେବା ପରେ ଏହା ନକଲି ଗୁଟଖା ଗୋଦାମ ନୁହଁ ଏକ ବଡ଼ ଶିଳ୍ପ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଗୋଦାମରୁ ବିଭିନ୍ନ ବ୍ରାଣ୍ଡର ୧୫ ବସ୍ତା ନକଲି ଗୁଟଖା ସହ ୨୦ ବସ୍ତା କଞ୍ଚାମାଲ ଯଥା ଧୁଆଁପତ୍ର, ଗୁଆ ଆଦି ଠାବ ହୋଇଥିଲା। ସେହିପରି ସେହି ୨ ମହଲା ଘର ଭିତରୁ ଗୁଟଖା ପ୍ୟାକିଂ ପାଇଁ ରଖାଯାଇଥିବା ୧୦ଟି ମେସିନ, ବିପୁଳ ପରିମାଣର ରିଲ ଓ ପଲିଥିନ ମଧ୍ୟ ଜବତ ହୋଇଛି। ଜବତ ପଲିଥିନ ସହ କଞ୍ଚାମାଲ ରାୟପୁରରୁ ଆସୁଥିଲା। ନକଲି ଗୁଟଖା ପ୍ରସ୍ତୁତ ପରେ ତାକୁ ବ୍ରହ୍ମପୁର ସହ ଅନ୍ୟାନ୍ୟ ଜିଲାକୁ ବିକ୍ରି ପାଇଁ ପଠାଯାଉଥିଲା। ନକଲି ଗୁଟଖା କାରଖାନାରେ ବହୁ ମହିଳା ଓ ପୁରୁଷ କାମ କରୁଥିବା ବେଳେ ଚଢଉ ବେଳେ ପୁଲିସ କେବଳ ଏହାର ମାଲିକ ତଥା ହାଉସିଂବୋର୍ଡର ଇ ରାଜେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ କନିଷିରେ ତାଙ୍କର ଏକ ପ୍ରଡକ୍ସନ ୟୁନିଟ ରହିଥିବା ରାଜେଶ୍ବର ସୂଚନା ଦେବା ପରେ ପୁଲିସ ​‌ସେଠାରେ ମଧ୍ୟ ଚଢଉ କରିଥିବା ସୂଚନା ମିଳିଛି। ଏ ନେଇ ବଡ଼ବଜାର ଥାନାରେ କେସ ନଂ ୧୯/୨୧ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ଭୂପତି କହିଛନ୍ତି। ଚଢଉ ବେଳେ ଥାନାର ଏସଆଇ ଭସତ ରଞ୍ଜନ ରାୟ, ଏଏସଆଇ ଶିଶି ଦାସଙ୍କ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ ।

- Advertisement -

ପ୍ରକାଶଯୋଗ୍ୟ ଗତ ୩ ଦିନ ଭିତରେ ବ୍ରହ୍ମପୁର ପୁଲିସ ସହରର ୫ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢଉ କରି ଲଙ୍କା, ହଳଦୀ ଓ ଚା’ ଗୁଣ୍ଡ କାରଖାନା ଠାବ କରିବା ସହ ମୋଟ ୪ ଜଣଙ୍କୁ ଗିରଫ କରିସାରିଛି। ଏହାପୂର୍ବରୁ ସହରରୁ ଅପମିଶ୍ରିତ ଇଞ୍ଜିନ ଅଏଲ, ନକଲି ପାଣି ବୋତଲ କାରଖାନା ଓ ନକଲି ବିଦେଶୀ ମଦ କାରଖାନା ଠାବ ହୋଇସାରିଛି। ତେଣୁ କଟକ ଓ ଭୁବନେଶ୍ବର ଭଳି ବ୍ରହ୍ମପୁର ମଧ୍ୟ ନକଲି ବଜାରର ପେଣ୍ଠସ୍ଥଳୀ ପାଲଟିଛି ବୋଲି ସାଧାରଣରେ ଶୁଣିବାକୁ ମିଳୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories