www.samajalive.in
Saturday, December 6, 2025
19.1 C
Bhubaneswar

ନେଦରଲାଣ୍ଡ୍‍ସ ମହିଳା ହକି ବିଶ୍ୱକପ୍‍ ଚମ୍ପିଆନ

ଲଣ୍ଡନ : ଚଳିତବର୍ଷର ମହିଳା ହକି ବିଶ୍ୱକପ୍‍ରେ ନେଦରଲାଣ୍ଡ୍‍ସ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଆୟରଲାଣ୍ଡକୁ ୬-୦ ଗୋଲ୍‍ରେ ନେଦରଲାଣ୍ଡ୍‍ସ ପରାସ୍ତ କରିଛି। ହକି ବିଶ୍ୱକପ୍‍ର ୧୪ଶ ସଂସ୍କରଣକୁ ଜିତି ରେକର୍ଡ ୮ମ ଥର ନେଦରଲାଣ୍ଡ୍‍ସ ଚମ୍ପିଆନ୍‍ ହୋଇଛି।
ନେଦରଲାଣ୍ଡ୍‍ସ ଏହି ଫାଇନାଲ ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୭ମ ମିନିଟରେ ନେଦରଲାଣ୍ଡ୍‍ସର ଲିଡ୍‍ୱିଜ୍‍ ୱେଲ୍‍ଟେନ ପ୍ରଥମ ଗୋଲ୍‍ ଦେଇଥିଲେ। ପରବର୍ତ୍ତୀ ୧୫ ମିନିଟରେ ନେଦରଲାଣ୍ଡ୍‍ସ ଆଉ ୫ଟି ଗୋଲ୍‍ ଦେଇଥିଲା। ୧୯ ମିନିଟରେ ନେଦରଲାଣ୍ଡ୍‍ସର କେଲି ଜୋଙ୍କର ୨ୟ ଗୋଲ୍‍ ଦେଇଥିଲେ। ୨୮ ମିନିଟରେ କିଟି ଭାନ୍‍ ମେଲ୍‍ ୩ୟ, ୩୦ ମିନିଟରେ ମାଲୌ ଫେନିକ୍‍ସ ୪ର୍ଥ, ୩୨ ମିନିଟରେ ମାର୍ଲୋସ୍‍ କିଟେଲ୍‍ସ ୫ମ ଓ ୩୪ ମିନିଟରେ କାଇଆ ଭାନ୍‍ ମାସାକର ୬ଷ୍ଠ ଗୋଲ୍‍ ଦେଇଥିଲେ। ମ୍ୟାଚ୍‍ର ଶେଷ ୨୬ ମିନିଟ ଆୟରଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରିବାରୁ ଆଉ ଗୋଲ୍‍ ହୋଇନଥିଲା। ପ୍ରଥମଥର ପାଇଁ ବିଶ୍ୱକପ୍‍ ଫାଇନାଲ ଖେଳିଥିବା ଆୟରଲାଣ୍ଡ ନିରାଶ ହୋଇଛି। ସ୍ପେନ୍‍ ୩ୟ ସ୍ଥାନରେ ରହି ବ୍ରୋଞ୍ଜପଦକ ଜିତିଛି। ୩ୟ ସ୍ଥାନ ମ୍ୟାଚରେ ସ୍ପେନ୍‍ ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories