www.samajalive.in
Sunday, December 14, 2025
23.1 C
Bhubaneswar

ବିରାଟଙ୍କୁ ନେଇ ଏପରି ମନ୍ତବ୍ୟ ଦେଲେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ବୋଲର ମଣ୍ଟି ପାନେସର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ଭାରତ ଟି-୨୦ କିମ୍ବା ଦିନିକିଆ ବିଶ୍ଵକପ୍‌ ଜିତିବାରେ ସଫଳ ନ ହୁଏ, ତେବେ ବିରାଟ ଅଧିନାୟକ ପଦ ଛାଡ଼ିଦେବା ଉଚିତ। ସ୍ପୋର୍ଟ୍ସକୀଡ଼ା ନ୍ୟୁଜ ୱେବସାଇଟ୍‌ ସହ ଆଲୋଚନା ବେଳେ ପାନେସର ଏହା କହିଛନ୍ତି।

ସେ କହିଥିଲେ, ଅଧିନାୟକ ଭାବେ ବିରାଟ କୋହଲି ଯଦି ଦିନିକିଆ କିମ୍ବା ଟି-୨୦ ବିଶ୍ଵକପ ମଧ୍ୟରୁ କୌଣସି ଗୋଟିଏକୁ ଜିତିପାରିବେ ନାହିଁ, ତେବେ ତାଙ୍କୁ ଅଧିନାୟକ ପଦରୁ ହଟିବାକୁ ବି ପଡ଼ିପାରେ। କୋହଲି ଏଥିରେ ବିଫଳ ହେଲେ ତାଙ୍କ ଅଧିନାୟକତ୍ଵ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବ।

- Advertisement -

ସୂଚନାଯୋଗ୍ୟ, ୨୦୨୧ରେ ଟି-୨୦ ବିଶ୍ଵକପ୍‌ ଏବଂ ୨୦୨୩ରେ ଦିନିକିଆ ବିଶ୍ଵକପ ଭାରତରେ ଆୟୋଜନ ହେବ। ଏପରି ସ୍ଥିତିରେ ପାନେସରଙ୍କ କହିବା ଅନୁସାରେ, ଭାରତ ଦୁଇଟି ବିଶ୍ଵକପରୁ କୌଣସି ଗୋଟିଏ ଟୁର୍ନାମେଣ୍ଟ ଜିତିବା ଦରକାର। କୋହଲି ଜଣେ ଭଲ ଅଧିନାୟକ। କିନ୍ତୁ ଅଧିନାୟକ ଭାବେ ସେ କୌଣସି ଗୋଟିଏ ବିଶ୍ଵକପ ବିଜୟୀ ହେବା ଜରୁରୀ।

ପାନେସର ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ଭାରତୀୟ ଟିମ୍‌ର ଅଧିନାୟକ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ଉଲ୍ଲେଖ ଯେ, ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତିବା ପରଠାରୁ କୋହଲିଙ୍କ ଅଧିନାୟକତ୍ଵ ଉପରେ ଅନେକ ପ୍ରଶ୍ନ ଉଠିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories