www.samajalive.in
Saturday, December 13, 2025
14.1 C
Bhubaneswar

ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ବିଜେପିର ଦାବିପତ୍ର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ବଙ୍ଗୋମୁଣ୍ଡା ଥାନାଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ପାଖକୁ ଏକ ଦାବିପତ୍ର ପଠାଯାଇଛି। ଚାଷୀଙ୍କ ଉତ୍ପାଦିତ ସମସ୍ତ ଧାନ ସରକାରଙ୍କ ଦ୍ୱାରା କିଣାଯାଉ, ରାଜ୍ୟ ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ଜିଲାରେ ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ, ଚଳିତ ଖରିଫ ଋତୁରେ ଫେରସ୍ତ ହୋଇଯାଇଥିବା ସମସ୍ତ ଟୋକନ କାର୍ଯ୍ୟକ୍ଷମ କରାଯାଉ, ମଣ୍ଡିରେ ପଡିଥିବା ଧାନକୁ ତୁରନ୍ତ ଉଠାଯାଉ, କଟନି ଛଟନି ବନ୍ଦ କରାଯାଉ, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ତୁରନ୍ତ ପଠାଯାଉ ବୋଲି ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୨୧ ଜାନୁୟାରୀରେ ସମ୍ବଲପୁର ଠାରେ ଆରଡିସି ଅଫିସ ଘେରାଓ ସମୟରେ ବିଜେପି ନେତୃବୃନ୍ଦଙ୍କ ପ୍ରତି ହୋଇଥିବା ଅନ୍ୟାୟର ଜବାବ ଓଡିଶା ସରକାର ଦିଅନ୍ତୁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି କ୍ଷୀରସିନ୍ଧୁ ବଚ୍ଛା, ସାଂସଦଙ୍କ ଆରଡବ୍ଲ୍ୟୁଏସଏସ ପ୍ରତିନିଧି ନରସିଂହ ଥନାପତି, ଯୁବମୋର୍ଚ୍ଚା ସଭାପତି କୁଶଧ୍ୱଜ ବେହେରା, ପୂର୍ବ ମଣ୍ଡଳ ସଭାପତି ତ୍ରିବିକ୍ରମ ବଚ୍ଛା, ଖରତ ବାଗ, କୃଷ୍ଣ ବାରିକ, ଶ୍ରୀବତ୍ସ ସାହୁ, ପୂର୍ଣ୍ଣଚନ୍ଦ୍ର ହଂସ, ଦୁର୍ବାସା ସାଙ୍କ ସହ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories