www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ ପୁରୀ ଜିଲାପାଳ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ସୁଆଣ୍ଡୋ ବ୍ରିଜ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ, ଭାର୍ଗବୀ ନଦୀବନ୍ଧ ରାସ୍ତା, ପୁରୀ ବ୍ରାଞ୍ଚ କେନାଲ ରାସ୍ତା ଓ ଉତ୍କଳମଣିଙ୍କ ଷଠୀଘର ପରିଦର୍ଶନ କରିଥିଲେ। ପରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାସହ ଉତ୍କଳମଣିଙ୍କ ଦାୟାଦ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

- Advertisement -

ଏହି ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଉପ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ସହିତ ଓଡିଶା ସେତୁ ନିର୍ମାଣ ନିଗମର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଉତ୍କଳମଣିଙ୍କ ଜନ୍ମପୀଠ, ସୁଆଣ୍ଡୋ ଗ୍ରାମକୁ ଗମନାଗମନ ନିମନ୍ତେ ରାସ୍ତା ନିର୍ମାଣ, ବିଦ୍ୟୁତ କରଣ, ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ପୁନଃ ନିର୍ମାଣ, ପାର୍କ, ସଂଗ୍ରହାଳୟ ଓ ଗ୍ରନ୍ଥାଗାର ଆଦି ନିର୍ମାଣ ନିମନ୍ତେ ୧୧.୫୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories