www.samajalive.in
Saturday, December 13, 2025
26.1 C
Bhubaneswar

ଡାକ୍ତରଖାନାରେ କରୁଣାନିଧିଙ୍କୁ ଭେଟିଲେ ରାଷ୍ଟ୍ରପତି

ଚେନ୍ନଇ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅସୁସ୍ଥ ଡିଏମକେ ମୁଖ୍ୟ ଏମ୍‍ କରୁଣାନିଧିଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି। ରାଷ୍ଟ୍ରପତି ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ବନୱରିଲାଲ ପୁରୋହିତ ଡାକ୍ତରଖାନା ଯାଇ କରୁଣାନିଧିଙ୍କୁ ଭେଟିଥିଲେ। ଏହି ଅବସରରେ ରାଷ୍ଟ୍ରପତି କରୁଣାନିଧିଙ୍କ ପୁଅ ତଥା ଡିଏମକେର କାର୍ଯ୍ୟକାରୀ ସଭାପତି ଏମ୍‍କେ ଷ୍ଟାଲିନ ଓ ସାଂସଦ କନିମୋଝିଙ୍କ ସହିତ ଆଲୋଚନା କରିଥିଲେ। ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଡାକ୍ତରଖାନାରେ କରୁଣାନିଧିଙ୍କୁ ଭେଟିଥିଲେ। ଜୁଲାଇ ୨୮ରୁ କରୁଣାନିଧି ଚେନ୍ନଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories