www.samajalive.in
Wednesday, December 10, 2025
16.1 C
Bhubaneswar

ଅସ୍ଥିର ସୁନା ଦର: ୪ ମାସରେ କମିଛି ୮ ହଜାର ଟଙ୍କା

କରୋନା ଆରମ୍ଭ ହେବା ପରେ ଦେଶରେ ଅସ୍ଥିର ହୋଇଛି ସୁନା-ରୁପା ଦର । ଗତ ଅଗଷ୍ଟ ମାସରେ ସୁନା ମୂଲ୍ୟ ରେକର୍ଡ଼ କରିଥିଲା। ୧୦ ଗ୍ରାମକୁ ୫୬ ହଜାର ଟଙ୍କା ଛୁଇଁଥିଲା । ମାତ୍ର ଏବେ ଧୀରେଧୀରେ ସୁନାର ମୂଲ୍ୟ ହ୍ରାସ ପାଇଛି ଓ ୧୦ ଗ୍ରାମକୁ ୪୮ ହଜାର ଟଙ୍କାରେ ପହଞ୍ଚିଲାଣି । ତେବେ ଏହି ଦର ହ୍ରାସବୃଦ୍ଧି ନିୟମିତ ଲାଗି ରହିଛି।  ବୈଶ୍ବିକ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପରେ ଭାରତ ତଥା ଓଡ଼ିଶାରେ ମଧ୍ୟ ସୁନା ମୂଲ୍ୟ ବଢ଼ିଛି । ଗୁରୁବାର (୨୧ ଜାନୁଆରୀ)ରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯୬୦୦ ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୮୬୦୦ ଟଙ୍କାରେ ବିକ୍ରି ହେଉଛି । ଗତକାଲିଠାରୁ ଗୁରୁବାର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ କ୍ରମାଗତ ୪ର୍ଥ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ଘଟିଛି ।

ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୭୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଆଜି ରୂପା ମୂଲ୍ୟରେ ୧,୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୭୦ ଟଙ୍କା ରହିଛି । ଯାହା ଗତକାଲି ୬,୬୫୦ ଟଙ୍କା ଥିଲା ।

- Advertisement -

ବୁଧବାର ଭୁବନେଶ୍ୱରରେ ସୁନା ଦରରେ ୧୬୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୪୯୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୪୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୨୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୫,୮୦୦ ଟଙ୍କା ଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories