www.samajalive.in
Saturday, December 13, 2025
26.1 C
Bhubaneswar

ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ଦାବିରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ବିଗତ ୧୦ ଦିନ ହେଲା ଧାନ କ୍ରୟ ବନ୍ଦ ରହିଛି। ଟାର୍ଗେଟ ନାହିଁଁ ବୋଲିି ପ୍ରଶାସନ ହାତ ବାନ୍ଧି ବସିଛି। ଚାଷୀ ଧାନ ବସ୍ତା ଧରି ଶିତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି। ଏହାକୁ ନେଇ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଏନେଇ ରାଜ୍ୟ ଯୁବ କଂଗ୍ରେସ ଉପସଭାପତିଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଉପସଭାପତି ତୁଳସୀ ସାହୁ, ଟିଟିଲାଗଡ଼ ନଗର ସଭାପତି ପ୍ରଭାସ ବହିଦାର, ରାଜ୍ୟ ସେବ୍ଦାଦଳ ଉପସଭାପତି ଦେବାନନ୍ଦ ସାହୁ, କୃଷକ ସଂଘର୍ଷ ଅଭିଯାନ ଆବାହକ ବାଳକୃଷ୍ଣ ସାଣ୍ତ ପ୍ରମୁଖ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ସାକ୍ଷାତ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଚାଷୀଙ୍କ ଧାନ କ୍ରୟ କରା ନ ଗଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ଏହାର ନକଲ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ, ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ବଲାଙ୍ଗିର ସାଂସଦ, ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ ସହ ତୁରନ୍ତ ଧାନ କ୍ରୟ ଦାବି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories