www.samajalive.in
Friday, December 12, 2025
15.1 C
Bhubaneswar

ମେହୁଲ ଚୋକ୍‍ସିଙ୍କୁ ଭାରତ ଆଣିବାକୁ ପ୍ରୟାସ, ଆଣ୍ଟିଗୁଆକୁ ଦିଆଗଲା ପ୍ରତ୍ୟର୍ପଣ ଆବେଦନ

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ତଥା ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ ଚୋକ୍‍ସିଙ୍କୁ ପ୍ରତ୍ୟାର୍ପଣ ପାଇଁ ଭାରତ ସରକାର ଆଣ୍ଟିଗୁଆ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ଆଣ୍ଟିଗୁଆ ସରକାରଙ୍କ ନିକଟରେ ପ୍ରତ୍ୟର୍ପଣ ଆବେଦନ କରାଯାଇଛି। ମେହୁଲଙ୍କ ନିକଟରେ କାରେବିୟନ ନାଗରିକତ୍ୱ ରହିଛି। ଭାରତର ଏକ ଦଳ ଶୁକ୍ରବାର ଆଣ୍ଟିଗୁଆରେ ପହଞ୍ଚି ସେଠାକାର ବିଦେଶ ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟି ମେହୁଲଙ୍କୁ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ବହୁକୋଟି ଟଙ୍କା ଠକି ନେଇ ମେହୁଲ ଭାରତ ଛାଡ଼ି ପଳାୟନ କରିଥିଲା। ପ୍ରଥମେ ସେ ଆମେରିକାରେ ରହିଥିଲା। ଏବେ ଆଣ୍ଟିଗୁଆକୁ ପଳାୟନ କରିଛି। ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ଚୋକ୍‍ସି ଓ ତାର ସହଯୋଗୀ ତଥା ଭଣଜା ନୀରବ ମୋଦୀ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇର ଅଭିଯୋଗଫର୍ଦ ଆଧାରରେ ମୁମ୍ବଇର ସ୍ୱତନ୍ତ୍ର କୋର୍ଟ ଚୋକ୍‍ସି ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ଗିରଫ ପରୱାନା ଆଧାରରେ ସିବିଆଇ ନୀରବ ଓ ଚୋକ୍‍ସିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ପାଇଁ ଇଣ୍ଟରପୋଲର ଦ୍ୱାରସ୍ଥ ହୋଇଥିଲା । ନୀରବଙ୍କ ବିରୋଧରେ ଇଣ୍ଟରପୋଲ ରେଡ଼ କର୍ଣ୍ଣର ନୋଟିସ ଜାରି କରିଥିବାବେଳେ ଚୋକ୍‍ସିଙ୍କ ବିରୋଧରେ ଏହା ଇଣ୍ଟରପୋଲର ବିଚାରାଧୀନ ରହିଛି। ନୀରବ ମୋଦି ପିଏନବିରୁ ୬,୪୯୮.୨୦କୋଟି ଟଙ୍କା ଠକି ନେଇଥିବାବେଳେ ଚୋକ୍‍ସି ୬,୪୯୮.୨୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଆଣ୍ଟିଗୁଆ ସରକାର ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟକୁ ଦେଇଥିବା ସୂଚନା ଅନୁଯାୟୀ ଚଳିତ ମାସରୁ ଚୋକ୍‍ସି ଆଣ୍ଟିଗୁଆରେ ରହୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories