www.samajalive.in
Saturday, December 13, 2025
26.1 C
Bhubaneswar

ଆମେ ଆମର ସୁରକ୍ଷା ନେଲେ ପୁଲିସ ସମିତିର ଆବଶ୍ୟକ ନାହିଁ

ଜି.ଉଦୟଗିରି: ଦୀର୍ଘ ଦଶ ମାସ ପରେ ସ୍ଥାନୀୟ ଥାନା ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ବୈଠକରେ ବିଶେଷ କରି ଆମେ ନିଜେ ଆମର ସୁରକ୍ଷା ନେଲେ ପୁଲିସ ସମିତିର ଆବଶ୍ୟକତା ନାହିିଁ ବୋଲି ମତ ପ୍ରକାଶ ପାଇଥିଲା।

ଆୟୋଜିତ ବୈଠକରେ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ସମଗ୍ର କନ୍ଧମାଳ ଜିଲ୍ଲାରେ ଅଞ୍ଚଳ ବାସୀଙ୍କ ସହଯୋଗରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାରେ କରୋନା ବିଳମ୍ବରେ ପହଞ୍ଚି ଶୀଘ୍ର ହଟିଯାଇ ଥିବା ପାଇଁ ସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଚାଲୁଥିବା ଚୋରାମଦ କାରବାରକୁ ରୋକାଯିବା, ଟାକ୍ସି ଗୁଡିକ ଏକ ପାଖିଆ ରଖି ଟ୍ରାଫିକ ଜାମ ନ କରିବା, ଅଟୋ ଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା, ପରିବା ଦୋକାନ ଗୁଡିକ ସାମ୍ନାରେ ପାର୍କିଂ ବ୍ୟବସ୍ଥା, ଉଠା ଦୋକାନୀଙ୍କୁ ଆହାର କେନ୍ଦ୍ର ସାମ୍ନାରେ ବସାଇବା, ମାଛ ଓ ମାଂସ ବଜାର ସ୍ଥାନାନ୍ତର କରିବା ,ନୂତନ ବସଷ୍ଟାଣ୍ଡ ବସ୍ ଯିବା ଉପରେ ଗୁରୁତ୍ଵାରୋପ କରିବା,ଦିନକୁ ଦିନ ସାଇବର ଅପରାଧ ବଢିଚାଲିଥିବାରୁ ଏଥିପ୍ରତି ସଚେତନ ହେବା, ଗାଁ ଗହଳିରେ ଚାଲିଥିବା ଅସାମାଜିକ କାର୍ଯ୍ୟ ଉପରେ ପୁଲିସକୁ ସୂଚନା ଦେବା ,କଳିଙ୍ଗା ଘାଟିରେ ଚାଲୁଥିବା ଚୋରି, ଡକାୟତି ଓ ରାହାଜାନି ରୋକାଯିବା ପାଇଁ ପାଟ୍ରୋଲିଂ ଉପରେ ଗୁରୁତ୍ଵାରୋପ ଏବଂ ଆଗାମୀ ଦିନରେ ବିଭିନ୍ନ ଗ୍ରାମରେ ପୁଲିସ ସମିତି କାର୍ଯ୍ୟକ୍ରମ କରାଯାଇ ସଚେତନତା କରାଯିବା ଉପରେ ଗୁରୁତ୍ଵାରୋପ କରାଯାଇ ଥିଲା।

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ,ଏ.ଏସ୍.ଆଇ ସୁବାସ ଚନ୍ଦ୍ର ପ୍ରଧାନ,ଏ.ସ୍.ଆଇ କୌଶଲ୍ୟା ବେହେରା ସମେତ ସାମ୍ବାଦିକ, ଅଟ୍ଟୋ ସଂଘ, ଟାକ୍ସି ଚାଳକ ସଂଘ ଓ ବିଭିନ୍ନ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories