www.samajalive.in
Wednesday, December 10, 2025
16.1 C
Bhubaneswar

କରୋନାରେ ଦେଶରେ ୭୩୪ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ  : କରୋନା ସଂକ୍ରମଣରେ ୨୦୨୦ରେ ଯେତିକି ଡାକ୍ତର ଜୀବନ ହରାଇଛନ୍ତି ସେ ତୁଳନାରେ ସୀମାନ୍ତରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା କମ୍‌। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଡାକ୍ତର ସଙ୍ଘ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସମୟରେ ସମଗ୍ର ଦେଶରେ ୭୩୪ଜଣ ଡାକ୍ତର ଏହି ଭୂତାଣୁ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ଦେଶର ସାର୍ବଭୌମତ୍ବ ରକ୍ଷା କରୁଥିବାବେଳେ ୧୦୬ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ତୁଳନାରେ ଡାକ୍ତରଙ୍କ ପ୍ରାଣହାନି ସଂଖ୍ୟା ପ୍ରାୟ ୭ଗୁଣ ଅଧିକ ରହିଛି। ଏତଦ୍‌ବ୍ୟତୀତ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସଂଖ୍ୟା ବହୁ ଅଧିକ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ସଙ୍ଘ ଏହି ଦିବଂଗତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଦେଶରେ ଡାକ୍ତରଙ୍କ ସଂଖ୍ୟା ଆନୁପାତିକ ଭାବେ କମ୍‌ ରହିଥିବାରୁ ଏହି ଜୀବନହାନିର ପ୍ରଭାବ ସୁଦୁରପ୍ରସାରୀ ବୋଲି କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ଅନୁପାତ ଅନୁସାରେ ପ୍ରତି ଏକ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା; କିନ୍ତୁ ଭାରତରେ ଏବେ ଏହି ଅନୁପାତ ୧୩୪୩ରେ ୧ ରହିଛି। ୭୩୪ ଡାକ୍ତରଙ୍କ ମୃତ୍ୟୁ ୧୦ଲକ୍ଷ ଜନତାଙ୍କୁ ପ୍ରଭାବିତ କରିଥିବା କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories