www.samajalive.in
Saturday, December 13, 2025
26.1 C
Bhubaneswar

ଉଚ୍ଛେଦ ହେଲା ସଂସଦ କ୍ୟାଣ୍ଟିନରେ ସାଂସଦଙ୍କ ନିମନ୍ତେ ଖାଦ୍ୟ ରିଆତି ବ୍ୟବସ୍ଥା

ଚିକେନ ପ୍ଲେଟ ୧୫ ଟଙ୍କା, ମାଛ ଖଣ୍ଡକୁ ୩ ଟଙ୍କା । ଚା ଟଙ୍କାଏ, କଫି ଦେଢ଼ ଟଙ୍କା । ଏମିତି ଶସ୍ତାଦରରେ ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳୁଥିଲା ଖାଦ୍ୟ । ଏଥିପାଇଁ ସରକାରଙ୍କୁ ବାର୍ଷିକ ୮ କୋଟି ଟଙ୍କା ବୋଝ ବୋହିବାକୁ ପଡ଼ୁଥିଲା । ମାତ୍ର ଏଣିକି ଆଉ ସଂସଦ କ୍ୟାଣ୍ଟିନରେ ରିଆତି ଖାଦ୍ୟ ମିଳିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଉପରେ ଦିଆଯାଉଥିବା ସବସିଡି ସାଂସଦ ତଥା ଅନ୍ୟମାନଙ୍କ ଲାଗି ବନ୍ଦ ହେବ । ଏବେ ଉତ୍ତର ରେଲୱେ ବଦଳରେ ଆଇଟିଡିସି ସଂସଦର କ୍ୟାଣ୍ଟିନ ବ୍ୟବସ୍ଥାର ସଞ୍ଚାଳନା କରିବ ।

- Advertisement -

ସବସିଡି ଯୋଗୁଁ ସଂସଦର କ୍ୟାଣ୍ଟିନରେ ଦେଶର ସାଂସଦ ମାନଙ୍କୁ ଖୁବ୍ କମ୍ ଦାମରେ ଖାଇବା ମିଳିଥାଏ । ଖାଲି ଏତିକି ନୁହେଁ ଟିକସଦାତାଙ୍କ ପଇସାରେ ସାଂସଦ ମାନେ ଶସ୍ତାରେ ଖାଦ୍ୟ ଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ଯେଉଁଥିପାଇଁ  ସବସିଡି ଉଠାଇବାକୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories