www.samajalive.in
Saturday, December 13, 2025
26.1 C
Bhubaneswar

ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଲେ ଡାକ୍ତର, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଟିକାକରଣ ସମୟରେ ଜଣେ ଡାକ୍ତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ଦିଲ୍ଲୀର ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଟିକାକରଣ ଚାଲିଥିବା ସମୟରେ ଜଣେ ଡାକ୍ତରଙ୍କୁ ଟିକା ଦିଆଯାଇଥିଲା। ଟିକା ନେବାର କିଛି ଘଣ୍ଟା ପରେ ସମ୍ପୃକ୍ତ ଡାକ୍ତରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ପଲ୍‌ସ ରେଟ୍‌ ହଠାତ୍‌ ବଢ଼ି ଯାଇଥିଲା। ବିଳମ୍ବିତ ରାତିରେ ତାଙ୍କୁ ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଛନ୍ତି।

- Advertisement -

ହସ୍ପିଟାଲର ଜଣେ ଡାକ୍ତରଙ୍କ କହିବା ଅନୁସାରେ, ଦିଲ୍ଲୀରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଏପରି ଘଟଣା ପ୍ରଥମ, ଯେଉଁଠି ଟିକା ନେବା ପରେ ହୃଦୟରେ କିଛି ସମସ୍ୟା ଦେଖାଦେଇଛି। ତେବେ ଏଥିରେ କିଛି ଚିନ୍ତା କରିବାର ବିଷୟ ନାହିଁ। କିଛି ରୋଗୀଙ୍କଠାରେ ଏପରି ସମସ୍ୟା ଦେଖାଦେଇପାରେ। ସମ୍ପୃକ୍ତ ଡାକ୍ତରଙ୍କ ଅବସ୍ଥା ଏବେ ସ୍ଥିର ଥିବା ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories