www.samajalive.in
Saturday, December 6, 2025
16.1 C
Bhubaneswar

ପାଟଣା ବ୍ଲକରେ ୧୨ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ୧୧ ଗ୍ରାମବାସୀଙ୍କ ବିରୋଧ

ପାଟଣା : ପାଟଣା ବ୍ଲକର ୫ଟି ପ୍ରାଥମିକ ବିଦ୍ୟାଳୟ ଓ ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବାର ନିଷ୍ପତ୍ତିକୁ ୧୧ଟି ଗ୍ରାମର ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳ, ଡିପିସି ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ଦେଇ ବିଦ୍ୟାଳୟ ବନ୍ଦ ନ କରିବାକୁ ଲେଖିଛନ୍ତି।

ଖବର ଅନୁଯାୟୀ, ପାଟଣା ବ୍ଲକର ଅଁଳାଡିହା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ୧୫ ଜଣ ଛାତ୍ରଛାତ୍ରୀ ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ବେଳେ ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ୧୪ ଜଣ, ଧାରୁଆପଡା ପ୍ରାଥମିକ ବିଦ୍ୟାଳୟରେ ୧୪ ଜଣ, ଜହ୍ନେଇପଶି ପ୍ରାଥମିକ ବିଦ୍ୟାଳୟରେ ୧୩ ଜଣ ଓ ପଦ୍ମକେଶରପୁର ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ନାମ ଲେଖାଇଥିବାରୁ ଏହି ୫ଟି ଯାକ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯିବା ନିଷ୍ପତ୍ତିକୁ ସଂପୃକ୍ତ ଗ୍ରାମବାସୀ ବିରୋଧ କରିଛନ୍ତି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କ ମଧ୍ୟରେ ବଡଗମ୍ଭାରୀଆରେ ଷଷ୍ଠରୁ ଅଷ୍ଟମରେ ମାତ୍ର ୧୧ ଜଣ, ଡାବରଚୁଆରେ ୧୦ ଜଣ, ଝାଲିଆପଡାରେ ୧୨ ଜଣ, ଖୁଣ୍ଟାପଡାରେ ୧୦ ଜଣ, କିଆପଡାରେ ୮ ଜଣ ପଦ୍ମପୁରରେ ୧୩ ଜଣ ଓ ରାଇକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ମାତ୍ର ୧୪ ଜଣ ଛାତ୍ରଛାତ୍ରୀ ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଛନ୍ତି। ତେଣୁ ଉପରୋକ୍ତ ସାତଟି ଯାକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଉଠାଇ ଦେଇ ପୁନର୍ବାର ଏହିସବୁ ବିଦ୍ୟାଳୟଗୁଡିକ ପ୍ରାଥମିକ ବିଦ୍ୟାଳୟ ଭାବେ କାର୍ୟ୍ୟକାରୀ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ ନ କରିବାକୁ ଦାବୀ ଜଣାଇଥିବା ବେଳେ ଖୁଣ୍ଟାପଡାରୁ କୌଣସି ଅଭିଯୋଗ ନଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories