www.samajalive.in
Monday, December 8, 2025
13.1 C
Bhubaneswar

ସାହାରପଡା ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାଷୀ, ବିଜେପି ଦେଲା ସମର୍ଥନ

ପାଟଣା : ସାହାରପଡା ଲ୍ୟାମ୍ପସରେ ଅନିୟମିତତାକୁ ନେଇ ମଙ୍ଗଳବାର ସାହାରପଡା ବ୍ଲକ କାର୍ଯ୍ୟାଳୟକୁ ଚାଷୀ ଓ ବିଜେପି କର୍ମୀ ମିଳିତ ଘେରାଉ କରିଛନ୍ତି। ଏଭଳି ଘଟଣା ପରେ ସାହାରପଡା ବିଡ଼ିଓ, ଏମଆଇ, ଲ୍ୟାମ୍ପସ୍ ଏମଡ଼ି, ଚାଷି, ବିଜେପି କର୍ମୀମାନଙ୍କର ଏକ ମିଳିତ ବୈଠକ ହୋଇଥିଲା। ଲ୍ୟାମ୍ପସରେ ଧାନ କିଣା ସମ୍ପର୍କିତ ଅବ୍ୟବସ୍ଥାର ପୁଙ୍ଖନାପୁଙ୍ଖ ଆଲୋଚନା ହୋଇଥିବା ବେଳେ ଏମଡ଼ି ମଧୁସୂଦନ ମହାନ୍ତ ଗୋଟାଏ ବି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରେ ବିଡ଼ିଓଙ୍କ ନିର୍ଦ୍ଦେଶରେ ସାହାରପଡା ଲ୍ୟାମ୍ପସରେ ଧାନ କିଣା କିପରି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହୋଇଥିଲା।

ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଚାଷୀଙ୍କ ନିମନ୍ତେ ଆସୁଥିବା ଟୋକନ ଲ୍ୟାମ୍ପସ କାର୍ୟ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ, ଗୋଟିଏ ଧାନ ସଂଗ୍ରହ କେନ୍ଦ୍ରରେ ଦିନକୁ ୧୫୦୦ କୁଣ୍ଟାଲ ଧାନ କିଣାଯିବ, ଚାଷୀ ଧାନ ଦେଇ ସାରିବା ପରେ ଉକ୍ତ ପିପିସିରେ ତତ୍କାଳ ଆଖି ସ୍କାନ କରାଯିବ ଏବଂ ସେହିଦିନ ହିଁ ଚାଷୀଙ୍କୁ ଭେଣ୍ଡର ରସିଦ ଦିଆଯିବ, ଯେଉଁ ଟ୍ରକରେ ଧାନ ମିଲର ପାଖକୁ ଯିବ ସେଇ ଯାନ ଗୁଡିକର ରେଜିଷ୍ଟେସନ ନମ୍ବର ଲ୍ୟାମ୍ପସରେ ପ୍ରଦର୍ଶିତ ହେବ, ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଚାଷୀଙ୍କ ନିମନ୍ତେ ଅସ୍ଥାୟୀ ତମ୍ବୁ ଏବଂ ପାନୀୟ ଜଳର ବନ୍ଦବୋସ୍ତ କରାଯିବ, ଲାପ୍ସ ହୋଇ ଯାଉଥିବା ଟୋକନ ଗୁଡିକର ଲିଷ୍ଟ କରି ଆଜି ହିଁ ଚିଠି ମାଧ୍ୟମରେ ଟିଆରସିଏସ୍ ଓ ଏଆରସିଏସଙ୍କୁ ଜଣାଇଦିଆଯିବ। ଯେଉଁ ଚାଷୀମାନେ ଏ ପର୍ୟ୍ୟନ୍ତ ଧାନ ବିକ୍ରି କରି ସାରିଛନ୍ତି ସେମାନଙ୍କର ମଣ୍ଡି ହ୍ୟାଣ୍ଡଲିଙ୍ଗ ଚାର୍ଜ ବାବଦକୁ ଆସୁଥିବା ସରକାରୀ ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବ। ଚାଷି ମଣ୍ଡିକୁ ଧାନ ଆଣି ସାରିଲା ପରେ ତାଙ୍କ ନାମ ରେଜିଷ୍ଟରରେ ଲିପିବଦ୍ଧ ହେବ ଏବଂ ସେହି ସିରିଏଲ ଅନୁସାରେ ଧାନ କିଣା ହେବ। ସାହାରପଡା ଲ୍ୟାମ୍ପସକୁ ଉପରିସ୍ଥ ସୁପରଭାଇଜିଙ୍ଗ ଅଫିସର ଏବଂ ଏଡ଼ମିନିଷ୍ଟେଟିଭ୍ ଅଫିସର ନିୟମିତ ବ୍ୟବଧାନରେ ଆସି ଧାନ କିଣାକୁ ସୁବନ୍ଦୋବସ୍ତ କରିବେ ବୋଲି ବୈଠକରେ ଏକ ଲିଖିତ ନିଷ୍ପତ୍ତି ହୋଇଛି। ବୈଠକ ରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମମିତା ନାଏକ, ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଉପସ୍ଥିତି ଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories