www.samajalive.in
Saturday, December 13, 2025
26.1 C
Bhubaneswar

ମଣ୍ଡିରେ ପଡିଛି ୭ ଲକ୍ଷ ୪୬୨ ହଜାର କ୍ୱିଣ୍ଟାଲ ଧାନ, ଟାର୍ଗେଟ ଆଳ ଦେଖାଉଛି ପ୍ରଶାସନ!

ଜୟପୁର: କୋରାପୁଟ ଜିଲାରେ ଧାନ ବିକ୍ରି କରିବାକୁ ଚାଷୀ ଚାତକ ପରି ଚାହିଁ ବସିଛି। ଧାନ ବିକିବା ପାଇଁ ବିକଳ ହେଉଛନ୍ତି। ଟାର୍ଗେଟ ଆଳ ଦେଖାଉଛି ପ୍ରଶାସନ ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ପ୍ରଶାସନ ମଣ୍ଡିରେ କେତେ ଧାନ ରହିଛି, ତାର ଲମ୍ବା ତାଲିକା ପ୍ରସ୍ତୁତ କରିଛି। ରାଜ୍ୟ ଯୋଗାଣ ବିଭାଗକୁ ସେହି ତାଲିକା ପ୍ରେରଣ କରି ହାତ ଟେକି ବସିଛି ପ୍ରଶାସନ। ଚାଷୀଙ୍କ ସମସ୍ୟାକୁ ନେଇ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗାଣ ବିଭାଗ କମିଶନରଙ୍କ ସହ ଆଲୋଚନା କରିଛନ୍ତି।। ଟାର୍ଗେଟ ଆସିବ କେବେ, ମଣ୍ଡିରୁ ଧାନ କ୍ରୟ ହେବ କେମିତି ସେହି ଚିନ୍ତାରେ ଚାଷୀ ଆଖିରୁ ଲୁହ ଗଡାଉଛନ୍ତି। ମଣ୍ଡି ଆରମ୍ଭ ହେବା ଦିନଠାରୁ କୋରାପୁଟ ଜିଲାରେ ୨୩ ହଜାର ୮୩୯ ଚାଷୀଙ୍କଠାରୁ ୨ ଲକ୍ଷ ୧୧ ହଜାର ୪୫୯ ମେଟ୍ରିକ ଟନ ଧାନ କ୍ରୟ ହୋଇଛି। ଚଳିତ ବର୍ଷ ୩୪ ହଜାରରୁ ଊର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିବାକୁ ସେମାନଙ୍କ ନାମ ପଞ୍ଜିକୃତ କରି ସାରିଛନ୍ତି। ସମ୍ପ୍ରତି ରାଜ୍ୟ ସରକାରଙ୍କ ଟାର୍ଗେଟ ଆସି ନ ଥିବାରୁ ବଳକା ରହିଥିବା ଚାଷୀଙ୍କଠାରୁ ଧାନ ସଂଗ୍ରହ ହୋଇ ପାରୁନି। ଏପରି ସମସ୍ୟା ଗତ ୧୦ ଦିନ ହେବ କୋରାପୁଟ ଜିଲାରେ ଦେଖାଦେଇଛି। ପ୍ରଶାସନ ତରଫରୁ ଚାଷୀଙ୍କୁ ଆଶ୍ୱସନା ଦେଇ ଗତ ୮ ତାରିଖରୁ ନିଜ ନିଜ ଧାନ ମଣ୍ଡିକୁ ଆଣିବାକୁ କୁହାଯାଇଥିଲା। ୧୫ ତାରିଖ ସୁଦ୍ଧା ଜିଲାର ସମସ୍ତ ଚାଷୀ ପ୍ରଶାସନକୁ ଭରସା କରି ମଣ୍ଡିରେ ଧାନ ଆଣି ଗଛିତ ରଖିଛନ୍ତି। ଗତ ୧୬ ତାରିଖରୁ ମଣ୍ଡିରେ କେତେ ଧାନ ଗଛିତ ରହିଛି ତାର ସରଜମିନ ତଦନ୍ତ କରିଥିଲା ପ୍ରଶାସନ। ତଦନ୍ତ ରିପୋର୍ଟ ଆସିଛି। ଜିଲାର ୧୦୩ଟି ମଣ୍ଡିରେ ୧୦ ହଜାର ୫୧୨ ଜଣ ଚାଷୀଙ୍କ ୭ ଲକ୍ଷ ୪୬୨ କ୍ୱିଣ୍ଟାଲ ଧାନ ଗଛିତ ରହିଥିବା ଜଣାପଡିଛି। ଚାଷୀଙ୍କ ଏଭଳି ଦୁର୍ଦଶା ଦେଖି ଚାଷୀ ନେତା ରାଜରାସ୍ତାରୁ ଓହ୍ଲାଇବାକୁ ଧମକ ଦେଇ ସାରିଛନ୍ତି। ମଣ୍ଡିରେ ପଡି ରହିଥିବା ଧାନ ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଟାର୍ଗେଟ ଆସିଲେ ଯାଇ ଧାନ କ୍ରୟ କରାଯିବ ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ତୁଳାରାମ ନାୟକ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories