www.samajalive.in
Sunday, December 14, 2025
26.1 C
Bhubaneswar

୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ: ‘ବାବୁ’ମାନଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦେଲା ଚେତାବନୀ

ଚଳିତ ମାସ ୩୧ ତାରିଖ ସୁଦ୍ଧା ଅନଲାଇନରେ ସମ୍ପତ୍ତି ତାଲିକା ପଇଠ କରିବେ ‘ବାବୁ’ । ଯେଉଁ ‘ବାବୁ’ମାନେ ନିଜ ସମ୍ପତ୍ତି ତାଲିକା ନିର୍ଧାରିତ ସମୟ ମଧ୍ୟରେ ଦାଖଲ କରି ନ ପାରିବେ ସେମାନଙ୍କ ବିରୋଧରେ ଗ୍ରହଣ କରାଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଏହି ମର୍ମରେ ଦେଇଛି ଚେତାବନୀ ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ‘ବାବୁ’ମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀର ଫଟୋ କପି ଅନଲାଇନରେ ନିର୍ଧାରିତ ଅଧିକାରୀଙ୍କ ନିକଟକୁ ପଠାଇବେ ।  ଧାର୍ଯ୍ୟ ସମୟ (ଜାନୁଆରୀ ୩୧) ମଧ୍ୟରାତ୍ରି ପରେ ଏହି ବ୍ୟବସ୍ଥା ଆପେଆପେ ଅଚଳ ହୋଇଯିବ । ଏହାପରେ ଅନ୍ୟ କୌଣସି ମାଧ୍ୟମରେ ସମ୍ପତ୍ତି ତାଲିକା ଗ୍ରହଣ କରାଯାଇ ପାରିବ ନାହିଁ । କୌଣସି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତିକି ହିଁ ଯଥେଷ୍ଟ ବୋଲି ଉଲ୍ଲେଖ କରି କେନ୍ଦ୍ର କାର୍ମିକ ମନ୍ତ୍ରରାଳୟ ଅଧିକାରୀମାନଙ୍କୁ ପରୋକ୍ଷରେ ଚେତାବନୀ ଦେଇଛି ।

- Advertisement -

ସମ୍ପତ୍ତି ତାଲିକାକୁ ନିଜ କ୍ୟାଡ଼ର କିମ୍ବା କାର୍ମିକ ମନ୍ତ୍ରଣାଳୟକୁ ନ ପଠାଇବା ନିମନ୍ତେ ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।  ସର୍ବଭାରତୀୟ ସେବା(ସର୍ତ୍ତାବଳୀ) ନିୟମ-୧୯୬୮ର ଧାରା ୧୬(୨)ର ପ୍ରାବଧାନ ଅନୁସାରେ ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଫିସରଙ୍କୁ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ। ବିଶେଷକରି ନିଜର ଅସ୍ଥାବର ସମ୍ପତ୍ତିର ବିବରଣୀ ଦେବାକୁ ପଡ଼ିଥାଏ। ଏଥିରେ ସମ୍ପୃକ୍ତ ଅଫିସର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଅବା ଅନ୍ୟ କାହା ନାଁରେ କିଣାଯାଇଥିବା ଅବା ଋଣ କରାଯାଇଥିବା ସମ୍ପତ୍ତିର ବିସ୍ତୃତ ବିବରଣୀ ଦେବାକୁ ହୋଇଥାଏ।
ତା’ଛଡ଼ା ଯଦି କୌଣସି ଅଫିସର ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକରନ୍ତି ତେବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି ମଧ୍ୟ କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ରାଜ୍ୟର ପ୍ରାୟ ୨୦ରୁ ଅଧିକ ଆଇଏଏସ ଅଧିକାରୀ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରି ନ ଥିଲେ । ମାତ୍ର ଏଥର ସମ୍ପୃକ୍ତ ଅଧିକାରୀମାନେ ବିଫଳ ହେଲେ ସେମାନଙ୍କ ବିରୋଧ​‌େ​‌ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories