www.samajalive.in
Sunday, December 7, 2025
26.1 C
Bhubaneswar

ଚିଲିକାରେ ଡଲଫିନ୍ ଗଣନା ଶେଷ

ପୁରୀ : ଚିଲିକାରେ ଡଲଫିନ୍ ଗଣନା ଶେଷ ହୋଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇ ନଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଚିଲିକାରେ ଚିଙ୍ଗୁଡିଘେରି କିଛିମାତ୍ରାରେ ଉଚ୍ଛେଦ ପରେ ଯେଉଁ ପରିମାଣର ଡଲଫିନ୍ ସଂଖ୍ୟା ବଢିବ ବୋଲି ଆଶା କରାଯାଉଥିଲା ସେଭଳି ସଂଖ୍ୟାବୃଦ୍ଧି ଘଟି ନଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରବିବାର ଡଲଫିନ୍ ଗଣନା କାର୍ଯ୍ୟକ୍ରମରେ ବନବିଭାଗର ବରିଷ୍ଠ ଅଧିକାରୀ, ସିଡିଏ ଅଧିକାରୀ, ଡଲଫିନ୍ ବିଶେଷଜ୍ଞ, ପରିବେଶବିତ୍, ସ୍ଥାନୀୟ ମୋଟର ବୋଟ୍‌ ସଂଘର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସାତପଡା, ଚିଲିକା, ବାଲୁଗାଁ, ନୂଆପଡା, ରମ୍ଭା ଓ ବରକୁଳ ଇତ୍ୟାଦି ଚିଲିକାକୁ ୧୮ଟି ରେଞ୍ଜରେ ବିଭକ୍ତ କରାଯାଇଥିଲା। ସାତପଡା ନିକଟରୁ ୮ଟି ଦଳ ଚିଲିକାରେ ଡଲଫିନ୍ ଗଣନାରେ ସାମିଲ ହୋଇଥିଲେ।
ଗଣନାକାରୀ ଦଳକୁ ଜିପିଏସ୍ ବାଇନା କୁଲାର, ୱାକିଟିକ ପ୍ରଭୂତି ଯନ୍ତ୍ର ଯୋଗାଇ ଦିଆଯାଇଥିବା ଚିଲିକା ଅତିରିକ୍ତ ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ ଶରତଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ରବିବାର କୁହୁଡି ଯୋଗୁଁ ଚିଲିକାରେ ଡଲଫିନ୍ ଗଣିବାରେ କିଛି ସମୟ ଅସୁବିଧା ହୋଇଥିଲା। ସୂଚନା ଅନୁଯାୟୀ ୨୦୦୬ରେ ଡଲଫିନ୍ ସଂଖ୍ୟା ୧୩୧ଥିବା ବେଳେ ଉକ୍ତ ବର୍ଷ ୧୧ଟି ଡଲଫିନଙ୍କ ମୃତ୍ୟୁ ହୋଇଥିଲା। ୨୦୦୭ରେ ଡଲଫିନ୍ ସଂଖ୍ୟା ୧୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ଥିଲା ା ୨୦୦୮ରେ ଡଲଫିନ୍ ସଂଖ୍ୟା ୧୩୮ ଥିବା ବେଳେ ୮ ମୃତ୍ୟୁ ହୋଇଥିଲା ା ୨୦୦୯ରେ ଡଲଫିନ୍ ସଂଖ୍ୟା ୧୪୬ଥିବା ବେଳେ ମୃତ ସଂଖ୍ୟା ୬ଥିଲା। ୨୦୧୦ରେ ଡଲଫିନ୍ ସଂଖ୍ୟା ୧୫୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ଥିଲା । ୨୦୧୧ରେ ଡଲଫିନ୍ ସଂଖ୍ୟା ୧୫୭ଥିବା ବେଳେ ୨୦୧୨ରେ ୧୪୫, ୨୦୧୩ରେ ୧୫୨, ୨୦୧୪ରେ ୧୪୪, ୨୦୧୫ରେ ୧୩୪, ୨୦୧୬ରେ ୧୪୫, ୨୦୧୭ରେ ୧୨୧, ୨୦୧୮ରେ ୧୫୫ଥିବା ବେଳେ ୨୦୧୯ରେ ଡଲଫିନ୍ ସଂଖ୍ୟା ୧୫୦ ଓ ୨୦୨୦ରେ ୧୫୬ ରହିଥିବା ବନବିଭାଗ ସୂଚନା ଦେଇଛି। ଚଳିତବର୍ଷ ସମସ୍ତ ଜୋନରେ ଗଣନା ଫଳାଫଳ ହସ୍ତଗତ ହେବା ପରେ ଏମାନଙ୍କ ସଂଖ୍ୟା କେତେ ତାହା ଜଣାପଡ଼ିବ ବୋଲି ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories