www.samajalive.in
Friday, December 5, 2025
20.1 C
Bhubaneswar

ଅନନ୍ୟ ଉଦାହରଣ: ଅନାଥ ଝିଅର ହାତ ଧରିଲେ ସଫ୍ଟୱେର ଇଞ୍ଜିନିୟର

ଭୁବନେଶ୍ଵର: ପିଲାଟି ଦିନରୁ ମା’ବାପାଙ୍କୁ ହରାଇବା ପରେ ଅସହାୟ ହୋଇପଡ଼ିଥିଲେ ଜ୍ୟୋତ୍ସ୍ନାରାଣୀ। ଶେଷରେ ତାଙ୍କ ନୂଆ ଠିକଣା ପାଲଟିଥିଲା ଏକ ଅନାଥ ଆଶ୍ରମ। ସେହିଠାରେ ତାଙ୍କର ଲାଳନପାଳନ ହେଲା। ପାଠ ପଢ଼ା ଚାଲିଲା। ଶିକ୍ଷା ସମାପ୍ତ ହେବା ପରେ ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ତାଙ୍କ ହାତ ଧରିଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର। ଗତ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଖୋର୍ଦ୍ଧା ଜିଲା ଡେରାସ ଫାର୍ମ ରୋଡ୍‌ରେ ଥିବା ଆଦୃତା ଶିଶୁ ସଦନରେ ଏହି ଅନନ୍ୟ ବିବାହ ଅନୁଷ୍ଠିତ ହୋଇଯାଇଛି, ଯାହା ସମାଜ ପାଇଁ ଏକ ଉଦାହରଣ ପାଲଟିଛି।

- Advertisement -

ଜ୍ୟୋତ୍ସ୍ନାରାଣୀଙ୍କୁ ବିବାହ କରିଛନ୍ତି ଚେନ୍ନାଇର ଜଣେ ସଫ୍ଟୱେର ଇଞ୍ଜିନିୟର ଶଙ୍କର। ବିବାହ ସମୟରେ ସାଧୁସନ୍ଥ, ସମାଜସେବୀ, ଆଶ୍ରମର ଅନ୍ତେବାସୀ, ଶିଶୁ ଗୃହର ଉପଦେଷ୍ଟାଙ୍କ ସମେତ ବରଙ୍କ ତରଫରୁ ୨୫ ଜଣ ବରଯାତ୍ରୀ ଉପସ୍ଥିତ ଥିଲେ। ନ୍ୟାୟିକ ତଥା ଆଧ୍ୟାତ୍ମିକ ପଦ୍ଧତିରେ ବିନା ଯୌତୁକରେ ଏହି ବିବାହ ସମ୍ପାଦିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆଦୃତା ଶିଶୁ ସଦନ ଏକ ପବିତ୍ର ଅନୁଷ୍ଠାନ, ଯେଉଁଠି ନିଃସହାୟ, ନିଷ୍ପେସିତ ଓ ଅବହେଳିତ ଶିଶୁଙ୍କର ଲାଳନପାଳନ କରାଯାଇଥାଏ। ସେମାନଙ୍କୁ ଶିକ୍ଷା ଦିଆଯିବା ସହିତ ନିଜ ଗୋଡ଼ରେ ଛିଡ଼ା ହେବା ଲାଗି ଆତ୍ମନିର୍ଭର କରାଯାଇଥାଏ। ଏକ ତ୍ରିତଳ ପ୍ରାସାଦରେ ଚାଲିଥିବା ଏହି ଆଶ୍ରମରେ ୮୫ ଜଣ କୋମଳ ବାଳିକା ଅଛନ୍ତି। ପୂର୍ବରୁ ୨ ଜଣ ଝିଅ ପାଠ ପଢ଼ା ଶେଷ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜ୍ୟୋତ୍ସାରାଣୀ ଆଶ୍ରମର ୩ୟ କନ୍ୟା ଭାବେ ଏହି ବିବାହ କରିଛନ୍ତି। ଆଦୃତା ଶିଶୁ ସଦନର ଏହି ମହତ୍‌ କାର୍ଯ୍ୟ ପାଇଁ ସମାଜର ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories